ଓଡିଶା

odisha

ETV Bharat / state

ଆଇଆଇଟି କ୍ୟାମ୍ପସରେ ରାଜ୍ୟପାଳ

ରବିବାର ଅରଗୁଳ ଆଇଆଇଟି କ୍ୟାମ୍ପସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଦୁଇଟି ଆବାସିକ ଛାତ୍ରାବାସ ଗଙ୍ଗା ଓ ବ୍ରହ୍ମପୁତ୍ର ଉଦଘାଟନ କରିଛନ୍ତି ।

By

Published : Jul 15, 2019, 3:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଆଇଆଇଟି କ୍ୟାମ୍ପସରେ ଯୋଗଦେଲେ ରାଜ୍ୟପାଳ । ରବିବାର ଅପରାହ୍ନରେ ଜଟଣୀ ନିକଟସ୍ଥ ଅରଗୁଳ ଆଇଆଇଟି କ୍ୟାମ୍ପସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ଦୁଇଟି ଆବାସିକ ଛାତ୍ରାବାସ ଗଙ୍ଗା ଓ ବ୍ରହ୍ମପୁତ୍ରକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ଅବସରରେ ରାଜ୍ୟପାଳ କ୍ୟାମ୍ପସ ପରିସରରେ ବୃକ୍ଷ ରୋପଣ କରିବା ସହ ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇଆଇଟି ନିର୍ଦ୍ଦେଶକ ଆରଭି ରାଜା କୁମାରଙ୍କ ସହ ଆଇଆଇଟିର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details