ଓଡିଶା

odisha

ETV Bharat / state

ଡାକ୍ତରଙ୍କ ନାଁରେ ସର୍ବସାଧାରଣ ରାସ୍ତା: ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ - ଜମି ଘୋଟାଲା

ରାଜଧାନୀ ଉପକଣ୍ଠ ରଘୁନାଥ ପୁର ଅଞ୍ଚଳରେ ଜମି ଦୁର୍ନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 17, 2019, 9:04 AM IST

ଭୁବନେଶ୍ବର: ରାଜଧାନୀରେ ଜମି ଦୁର୍ନୀତିର ଆଉ ଏକ ଖୁଲାସା । ସର୍ବସାଧାରଣଙ୍କ ରାସ୍ତା ଏବେ ବ୍ୟକ୍ତିଗତ ମାଲିକାନାରେ । ରାଜଧାନୀ ଉପକଣ୍ଠ ରଘୁନାଥପୁର ଅଞ୍ଚଳରେ ଘଟିଛି ଏପରି ଘଟଣା। ଆର ଆଇ ଅଫିସ ଠାରୁ ଆରମ୍ଭ କରି ତହସିଲ ଅଫିସର କର୍ମଚାରୀଙ୍କ ସହ ସ୍ଥାନୀୟ ପୋଲିସ ସହଭାଗିତାରେ ଜମି ଦଲାଲ ହାତେଇଛନ୍ତି ଜମି ପଟ୍ଟା । ଯାହାକୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ଅଭିଯୋଗ ।


ସୂଚନାରୁ ପ୍ରକାଶ କି ଚନ୍ଦକା ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି ଏହି ଦୁର୍ନୀତି। କପିଳ ପ୍ରସାଦ ଅଞ୍ଚଳର ସୁମନ୍ତ ବଳିଆରସିଂ 2017 ମସିହାରେ ରଘୁନାଥପୁର ମୌଜାର ଖାତା ନଂ 729/127 ପ୍ଲଟ ନଂ 2189/2000 ଏରିଆ ଜାଗାକୁ ଚୁକ୍ତି ପତ୍ର ଜରିଆରେ କିଣିଥିଲେ । ପରେ ସେହି ଜାଗା ବିଷୟରେ ଜାଣିବାକୁ ତଦନ୍ତ କରିବାରୁ ସେହି ଜାଗାଟି 1972 ମସିହାରେ ପୁରୀ ଜିଲ୍ଲାପାଳଙ୍କ ଦ୍ବାରା ରାସ୍ତାରେ ସୂଚିତ ଥିବା ଜାଣିବାକୁ ପାଇଲେ । ତେଣୁ ସେ ଜମି ମାଲିକଙ୍କୁ ଏ ବିଷୟରେ ଅବଗତ କରାଇ ସେ ଜାଗା ନେବେ ନାହିଁ ବୋଲି କହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଜମିକୁ ପୁଣି 2018 ମସିହାରେ କଟକ ଏସସିବି ମେଡିକାଲରେ କାର୍ଯ୍ୟରତ ଆଖି ଡାକ୍ତରଙ୍କୁ ବିକ୍ରୟ କରିଥିବା ଜାଣିବାକୁ ପାଇଲେ । ଯାହାକୁ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ତହସିଲଦାର, ଉପଜିଲ୍ଲାପାଳ ଓ ନନ୍ଦନକାନନ ଥାନାର ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଜାଗା ଚିହ୍ନଟ କରାଇ ଦଖଲଦେଲେ । ଯାହାକୁ ବିରୋଧ କରିବା ସହିତ ନନ୍ଦନକାନନ ଥାନାରେ ଏକ ଏତଲା ଦାଖଲ କରିଥିଲେ । କିନ୍ତୁ ଜମି ଦଲାଲଙ୍କ ସହିତ ମିଳିତ ହୋଇଥିବାରୁ ଥାନାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ କୋର୍ଟରେ କେସ ଦାଖଲ କଲେ । ଯେଉଁଥିରେ କୋର୍ଟ ଏହାର ତଦନ୍ତ କରି ଜଣାଇବାକୁ କହିଥିଲେ । କିନ୍ତୁ ଥାନାଧିକାରୀ ଏହା ନକରି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଏହାର ସମାଧାନ କରିବାକୁ ସେହି ରାସ୍ତାର ବ୍ୟବହାର ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ଠାରୁ 5 ଲକ୍ଷ ଲେଖାଏଁ ଟଙ୍କା ମାଗି ସମାଧାନ କରିବାକୁ ଧମକ ଦେଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି।


ଯାହାକୁ ମାନ୍ୟବର ମାନବାଧିକାର କମିଶନ ଓ ଲୋକାୟୁକ୍ତଙ୍କ ଜରିଆରେ ନ୍ୟାୟ ପାଇବା ପାଇଁ ଅଭିଯୋଗକାରୀ ସୁମନ୍ତ ବଳିଆର ସିଂ ନିବେଦନ କରିଛନ୍ତି । କମିଶନରେଟ ପୋଲିସ ଅଞ୍ଚଳରେ ଏପରି ଜମି ଜାଲିଆତି ହେଉଥିବାବେଳେ ଏଥିରେ ସମ୍ପୃକ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଜମି ଦଲାଲଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details