ଓଡିଶା

odisha

ETV Bharat / state

ଭୁତ କୋଠି ପାଲଟିଛି ସରକାରୀ ବାସଗୃହ

ଭୁତ କୋଠି ପାଲଟିଛି ସରକାରୀ ବାସଗୃହ । ଏମିତି କିଛି ବାର୍ତ୍ତା ଦେଇ ଘରେ ଘରେ ବିଦ୍ୟୁତ ସେବା ଯୋଗାଇବା ନେଇ ଯେଉଁ ବିଭାଗ କାର୍ଯ୍ୟ କରୁଛି ସେହି ବିଭାଗର କର୍ମଚାରୀଙ୍କ କଥା ଛାଡ଼ନ୍ତୁ , ଖୋଦ ଅଫିସର ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।

By

Published : Apr 9, 2019, 5:55 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ବିଦ୍ୟୁତ ଶକ୍ତି ସଞ୍ଚୟରେ ବଳକା ରାଜ୍ୟ ଭାବେ ଓଡିଶା ଆଗରେ ରହିଛି । ହେଲେ ଏହା ପାଇଁ ଯେଉଁ ବିଭାଗ କାମ କରୁଛି ତାହାର କର୍ମଚାରୀ ଖୋଦ ଅବ୍ୟବସ୍ଥା ଘେରରେ । ଖାଲି ଏତିକି ଏହି ବିଭାଗର ଅଫିସରମାନେ ମଧ୍ୟ ଅବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ଆମେ କହୁଛୁ ଖୋର୍ଦ୍ଧା ସେସୁ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ସରକାରୀ ବସଗୃହର କଥା । ଏଠାରେ ବିଦ୍ୟୁତ କର୍ମଚାରୀଙ୍କ ପାଇଁ 1978 ମସିହାରେ 84ଟି ବାସଗୃହ ନିର୍ମାଣ କରାଯାଇଥିଲା । କିନ୍ତୁ ଏବେ ତାହା ରକ୍ଷଣାବେକ୍ଷଣା ଅଭାବରୁ ଭୁତକୋଠିରେ ପରିଣତ ହୋଇଛି ।

କିନ୍ତୁ ଏ ସମ୍ପର୍କରେ ଖୋର୍ଦ୍ଧା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କୁହନ୍ତି ବାସଗୃହ ଗୁଡିକ ବହୁତ ପୁରୁଣା । ତେଣୁ ଏହାର ଅବସ୍ଥା ସମ୍ପର୍କରେ ଅଧିକାରୀଙ୍କୁ ଜଣାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details