ଓଡିଶା

odisha

ETV Bharat / state

ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ, ୟୁନିଟ-9 ସ୍କୁଲରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରୀ - ୟୁନିଟ୍ ୯ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ

ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ । ସ୍କୁଲରେ ତାଲା ପକାଇ ୟୁନିଟ୍-୯ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

unit9 Girls School Students protest
unit9 Girls School Students protest

By

Published : Jul 17, 2023, 12:37 PM IST

Updated : Jul 17, 2023, 8:45 PM IST

ୟୁନିଟ-9 ସ୍କୁଲରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରୀ

ଭୁବନେଶ୍ବର:ସ୍କୁଲ୍ ମିଶ୍ରଣ ନିଷ୍ପତ୍ତିକୁ ତୀବ୍ର ବିରୋଧ । ସ୍କୁଲରେ ତାଲା ପକାଇ ୟୁନିଟ୍ -୯ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜ ଅଲଗା ହେବ । ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଲାଗି କରି ଥିବା ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର ହେବ । ତେଣୁ ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟର ମିଶ୍ରଣ ହେବ । ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରୀ ଓ ଅଭିଭାବକ ।

ରମାଦେବୀ ଯୁକ୍ତ ଦୁଇ କଲେଜ ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର ହେଉ କିନ୍ତୁ ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରାନଯାଉ । ଏଠାରେ ଯୁକ୍ତଦୁଇ ସହିତ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ଚାଲୁ । ୧୯୬୭ ମସିହାରୁ ପ୍ରତିଷ୍ଠିତ ଏହି ବାଳିକା ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଅଟେ । ସରକାର ନିଷ୍ପତ୍ତି ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ଅଭିଭାବକ ।

ସୂଚନା ଅନୁଯାୟୀ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ । ରମାଦେବୀ ମହିଳା ଡିଗ୍ରୀ କଲେଜକୁ ଏକ ବିଶ୍ୱବିଦ୍ୟାଳୟକୁ ନବୀକରଣ କରିବା ପରେ ଗୋଟିଏ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଇତି ମଧ୍ୟରେ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀ ଗୁଡ଼ିକ ଦିନକୁ ମାତ୍ର ତିନି ଘଣ୍ଟା କରାଯାଉଛି । ଯାହା ସକାଳ ୭ଟା ସମୟରୁ 10 ଟା ପର୍ଯ୍ୟନ୍ତ । ଏହା ପରେ ଯୁକ୍ତ ଦୁଇ ପାଠ ପଢିବା ପାଇଁ ଶ୍ରେଣୀଗୃହର ଅଭାବ ଦେଖାଦେଉଛି । ଯାହା ଦ୍ଵାରା ଯୁକ୍ତ ଦୁଇରେ ପାଠ ପଢୁଥିବା ପ୍ରାୟ 2400 ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଛି ।

ଏହା ମଧ୍ୟ ପଢନ୍ତୁ-ରମାଦେବୀ ବିଶ୍ବବିଦ୍ୟାଳୟରୁ ଅଲଗା ହେବ ଯୁକ୍ତ ଦୁଇ !

ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟିର ସୁପାରିଶ କ୍ରମେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲକୁ ସ୍ଥାନାନ୍ତର କରାଯିବ । ରମାଦେବୀ କଲେଜ ନିକଟରେ ଥିବା ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ତେଣୁ ୟୁନିଟ ୯ ବାଳିକା ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁନିଟ ୯ ବାଳକ ବିଦ୍ୟାଳୟରେ ସାମିଲ କରାଯିବ । ଏହା ସହ ୟୁନିଟ ୯ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଉନ୍ନତ ପାଇଁ ଭିତ୍ତିଭୂମିର ଉନ୍ନତି ତଥା ନୂତନ ଶ୍ରେଣୀଗୃହ ପ୍ରସ୍ତୁତି, ଅଡିଟୋରିୟମ୍, ଲାଇବ୍ରେରୀ, ବିଜ୍ଞାନ ଲାବୋରେଟୋରୀ, ହଷ୍ଟେଲ ଇତ୍ୟାଦି ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 17, 2023, 8:45 PM IST

ABOUT THE AUTHOR

...view details