ଓଡିଶା

odisha

By

Published : Mar 3, 2023, 9:43 AM IST

ETV Bharat / state

ବସ୍ତି ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା, ରାଜଧାନୀରେ ଆରମ୍ଭ ହେଲା ENLIGHT 2.0 ପ୍ରକଳ୍ପ

ବସ୍ତି ଅଞ୍ଚଳର ବାଳିକାମାନଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ଶିକ୍ଷା ମାଧ୍ୟମରେ ଉତ୍ତମ ଜୀବନ ପ୍ରଦାନ କରିବାକୁ ଭୁବନେଶ୍ବରରେ ଆରମ୍ଭ ହେଲା 'ENLIGHT 2.0' ପ୍ରକଳ୍ପ । ଅଧିକ ପଢନ୍ତୁ

Girl Child Education Project ENLIGHT 2 0 launch
Girl Child Education Project ENLIGHT 2 0 launch

ଭୁବନେଶ୍ବର: ବସ୍ତି ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । କଠିନ ପରିସ୍ଥିତି ମଧ୍ୟରେ ବସ୍ତିରେ ରହୁଥିବା ବାଳିକାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ କ୍ୟାପଜେମିନି ସହଯୋଗରେ ଏଡ୍ ଏଟ୍ ଆକ୍ସନ୍ (ଭାରତ) ଏବଂ VIEWS ପକ୍ଷରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରକଳ୍ପ 'ENLIGHT 2.0' । ଏହି ପ୍ରକଳ୍ପ କଠିନ ଏବଂ ଦୁସ୍ଥ ପରିସ୍ଥିତିରେ ବାସ କରୁଥିବା ବାଳିକାମାନଙ୍କୁ ଶିକ୍ଷା ମାଧ୍ୟମରେ ସମ୍ମାନର ସହିତ ଏକ ଉତ୍ତମ ଜୀବନ ଗଢ଼ିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରେ ଏହି ପ୍ରକଳ୍ପ ଶିଖାରଚଂଣ୍ଡି ନଗର ବସ୍ତି, ଶିଖରଚଣ୍ଡି ନଗର ମୁସଲିମ ବସ୍ତି, ସାଇବାନାଫୁଲା, ତାରିଣୀ ବସ୍ତି ଏବଂ ପାଟ୍ରା ବସ୍ତିରେ ବାସ କରୁଥିବା 200ରୁ ଅଧିକ ବାଳିକାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସହାୟତା କରିବ।

ଏନଲାଇଟ ପ୍ରକଳ୍ପ 2015ରେ ଆରମ୍ଭ ହୋଇଥିଲା ଏବଂ 9ଟି ସହରର ବସ୍ତି ଅଞ୍ଚଳରେ କଠିନ ପରିସ୍ଥିତିରେ ରହୁଥିବା ବାଳିକାମାନଙ୍କୁ ସହଯୋଗ କରିଥିଲା । ଏନଲାଇଟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଭାରତର 14ଟି ସହର ଗୁଜୁରାଟର ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗ୍ରାମ, ହାଇଦ୍ରାବାଦ, କୋଲକାତା, ପୁଣେ, ତ୍ରିଚି, ମୁମ୍ବାଇ, ନୋଏଡା ଏବଂ ସାଲେମରେ 2026 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । 'ENLIGHT 2.0' ପ୍ରକଳ୍ପ ଗତକାଲି ଭୁବନେଶ୍ୱରର ଶିଖରଚଣ୍ଡିରେ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚାନା ଦାସ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।

ଏହି ପ୍ରକଳ୍ପ ସମ୍ପର୍କରେ ମେୟର ସୁଲୋଚନା ଦାସ କହିଥିଲେ ଯେ, ଶିଖରଚଣ୍ଡି ନଗର ଠାରେ ENLIGHT 2.0 ନାମକ ଏକ ବହୁତ ଭଲ ପଦକ୍ଷେପ ଆରମ୍ଭ ହୋଇଛି । ଯାହାକି ବସ୍ତି ଅଞ୍ଚଳର ବାଳିକାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବ । ରାଜଧାନୀର ୫ଟି ବସ୍ତିର ପ୍ରାୟ ୨୦୦ ଝିଅ ଏଥିରେ ଶିକ୍ଷାଲାଭ କରିବେ । ଆଗାମୀ ବର୍ଷରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏହି ମହତ ପଦକ୍ଷେପ ପାଁ ମେୟର ଧନ୍ୟବାଦ ଅର୍ପଣ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଏଡ୍ ଏଟ୍ ଆକ୍ସନ୍ ଇଣ୍ଟରନ୍ୟାସନାଲ୍ ଦକ୍ଷିଣ ଏସିଆର ମାଇଗ୍ରେସନ୍ ଆଣ୍ଡ ଏଜୁକେସନ୍ ଡାଇରେକ୍ଟର ଉମି ଡାନିଏଲ୍ ଓଡିଶାରେ ଏଡ୍ ଏଟ୍ ଆକ୍ସନର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଭୁବନେଶ୍ୱରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୀମା ରାଓ ଏହାର ସଂକ୍ଷେପରେ ସମୀକ୍ଷା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details