ଖୋର୍ଦ୍ଧା: ଠକିବା ପାଇଁ ନୂଆ ନୂଆ ଗେମ୍ ପ୍ଲାନ କରୁଛନ୍ତି ଠକ । ଉଦ୍ଦେଶ୍ୟରେ ସଫଳ ହେବା ପାଇଁ ନୀରିହ ଲୋକଙ୍କୁ କରୁଛନ୍ତି ସପ୍ଟ ଟାର୍ଗେଟ । ଠକମାନେ ଘର ଘର ବୁଲି ଲୋକଙ୍କୁ ଠକିବା ଆରମ୍ଭ କରିଦେଲେଣି । ଏମିତି ଏକ ଘଟଣା ଶୁଣିଲେ ଜାଲିଆତି ଆଉ ଠକାମୀର ନୂଆ ଏକ ଘଟଣା ଶୁଣିବେ । ଘର ଭଙ୍ଗା ଟଙ୍କା କରେଇ ଦେବା ନାଁରେ ଠକେଇ । ଏଭଳି ଜଣେ ଠକ ଟାଙ୍ଗୀ ଥାନା ପୋଲିସ ହାତରେ ଧରା ପଡିଛି ।
ଏ ହେଉଛି ଭୁବନେଶ୍ବର ନନ୍ଦନକାନନ ଧାଉଆ ଅଞ୍ଚଳ ଦୀପକ ଭୋଇ । ଠକିବା ପାଇଁ ଆପଣାଇଥିଲେ ନୂଆ ଫର୍ମୁଲା । ଟାଙ୍ଗୀ ଥାନା ଛକଡିପୁର ଗ୍ରାମର ନାରୁ ପ୍ରଧାନ ନାମକ ଜଣେ ମହିଳାଙ୍କର ବାତ୍ୟା 'ଫନି'ରେ ଘର ଭଙ୍ଗା ସହାୟତା ବାବଦରେ ୧ଲକ୍ଷ ୨୦ ହଜାର ଟଙ୍କା ଆସିଥିବା କହି ଆରମ୍ଭ କରିଥିଲେ ଠକିବାର ପ୍ରଥମ ସୋପାନ । ଟଙ୍କା ପାଇବା ଆଶାରେ ଠକ ଦୀପକଙ୍କ କଥାକୁ ସତ ମାନି ଥିଲେ ନାରୁ ପ୍ରଧାନ । ଏକ ଅଟୋ ରିକ୍ସା ଭଡା କରି ନିଜ ବୋହୁକୁ ସାଙ୍ଗରେ ନେଇ ଗତ ୨୨ ତାରିଖ ରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ ।