ଓଡିଶା

odisha

ETV Bharat / state

ମତ୍ସ୍ୟ ଉତ୍ପାଦନରେ ଓଡିଶା ଦେଶରେ ଚତୁର୍ଥ

ଦେଶରେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ତୁର୍ଥ ସ୍ଥାନ ହାସଲ କରିଛି । ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନରୁ ବୃଦ୍ଧି ପାଇ ଓଡ଼ିଶା ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି । ଅଧିକ ପଢନ୍ତୁ

ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ
ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ

By

Published : Aug 27, 2022, 9:52 PM IST

ଭୁବନେଶ୍ବର: ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି (fourth largest fish producing Odisha in country )। ଦୁଇ ଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ ଟନରୁ ବୃଦ୍ଧି ପାଇ ଓଡ଼ିଶା ୨୦୨୧-୨୨ରେ ୯.୯୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (Ranendra Pratap Swain) କହିଛନ୍ତି ମତ୍ସ୍ୟଚାଷ ଅନୁକୂଳ ନୀତି, ଅତ୍ୟାଧୁନିକ ଜ୍ଞାନକୌଶଳର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।

ଆସୋଚାମ ଦ୍ବାରା ଆୟୋଜିତ ‘ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ’ ଶୀର୍ଷକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ, ୨୦୦୦-୦୧ରେ ରାଜ୍ୟରେ ୧,୦୪୬ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ପ୍ରାୟ ଦଶଗୁଣା ବୃଦ୍ଧି ପାଇ ୧୦,୮୧୫ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ମୋଟ ମୂଲ୍ୟ ଯୋଗଦାନରେ ମତ୍ସ୍ୟ କ୍ଷେତ୍ରର ଅବଦାନ ୨.୪ ପ୍ରତିଶତ ହୋଇପାରିଛି । କ୍ଷାରିପାଣି ଚିଙ୍ଗୁଡ଼ି ଚାଷରେ ମଧ୍ୟ ମତ୍ସ୍ୟ ଉତ୍ପାଦିକା ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି । ସେହିପରି ରାଜ୍ୟର ୪୮୦ କିମି ଦୀର୍ଘ ସାମୁଦ୍ରିକ ଉପକୂଳର ଉପଯୁକ୍ତ ବିନିଯୋଗ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦୦୦-୦୧ରେ ୩୭୯ କୋଟି ଟଙ୍କାରୁ 12 ଗୁଣ ବୃଦ୍ଧି ପାଇ ୨୦୨୧-୨୨ରେ ୪,୫୨୬ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ଓ ପୁଞ୍ଜିନିବେଶକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବାବେଳେ ଅଧିକରୁ ଅଧିକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ସେହିପରି ମତ୍ସ୍ୟ ବିଭାଗ ୱାଲର୍ଡ ଫିସର ବୈଷୟିକ ସହାୟତାରେ ଓଡ଼ିଶା ମତ୍ସ୍ୟଚାଷ ମାଷ୍ଟର ପ୍ଲାନ୍‌-୨୦୩୦ ପ୍ରସ୍ତୁତ କରିଛି । ଯେଉଁଥିରେ ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ୨୨ ଲକ୍ଷ ମେଟ୍ରିକ ଟନ ମତ୍ସ୍ୟ ଉତ୍ପାଦନ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୨୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ଅଧିକ ରୋଜଗାର ସୃଷ୍ଟି କରିବା ଏବଂ ରାଜ୍ୟବାସୀଙ୍କୁ ପୁଷ୍ଟିକର ମାଛ ଯୋଗାଇଦେବା ଓ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ପାଇଁ ରାଜ୍ୟ ତରଫରୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ବର ଉପକଣ୍ଠ ଡେରାସରେ ଏକ ବିଶ୍ୱସ୍ତରୀୟ ସି-ଫୁଡ୍‌ ପାର୍କ ପ୍ରତିଷ୍ଠା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details