ଓଡିଶା

odisha

ETV Bharat / state

ଜନ ସଂଘର ଜନକ ‘ଶ୍ୟାମା ପ୍ରସାଦ’ - ଜନ ସଂଘ

ବିଚାରଧାରାଗତ ଲଢେଇର ମୁଖ୍ୟ ନାୟକ । ପ୍ରଖର ରାଷ୍ଟ୍ରବାଦ ରାଜନେତା । ହିନ୍ଦୁତ୍ବକୁ ଜୀବନର ବ୍ରତ ଭାବେ ମାନିନେଇଥିବା ମହାମାନବ । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଜି 118 ତମ ଜନ୍ମ ଜୟନ୍ତୀ ।

ଡ଼ିଜାଇନ୍ ଫଟୋ

By

Published : Jul 6, 2019, 1:48 PM IST

Updated : Jul 6, 2019, 3:27 PM IST

ସ୍ବାଧିନ ଭାରତରେ ସ୍ବରାଜ, ସ୍ବତନ୍ତ୍ର ଓ ସ୍ବଦେଶୀ ପାଇଁ ଯେଉଁ କେତେଜଣ ମହାମାନବ ମାନଙ୍କ ଆର୍ବିଭାବ ହୋଇଥିଲା, ସେଥିମଧ୍ୟରୁ ଜନନାୟକ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଅନ୍ଯତମ । ଜଣେ ପ୍ରତିଷ୍ଠିତ ଆଇନଜୀବୀ ଭାବେ ପରିଚିତ ଲାଭ କରିଛନ୍ତି । 1901 ମସିହା ଆଜିର ଦିନରେ ପଶ୍ଚିମବଙ୍ଗରେ ସେ ଜନ୍ମଗ୍ରହଣ କରିଥିଲେ ।

ଭାରତ ସ୍ବାଧିନ ହେବା ପରେ ମଧ୍ୟ ଦେଶର ସ୍ବାର୍ଥରକ୍ଷା ଏବଂ ବିଚାରଧାରା ବିରୋଧରେ ଜାତୀୟ ନେତାମାନଙ୍କର ଅନାଗ୍ରହ ତାଙ୍କୁ ବ୍ଯଥିତ କରିଥିଲା । ମୁସଲିମ୍ ଲିଗ୍ ପାର୍ଟି ଗିଡ଼ିକର ଦେଶସ୍ବାର୍ଥ ବିରୋଧୀ ଦାବିକୁ ସେ ସମୟର କଂଗ୍ରେସ ସରକାର ମାନିନେଉଥିବା ବେଳେ ମୁଖାର୍ଜୀଙ୍କ ନେତୃତ୍ବରେ ହିନ୍ଦୁ ମହାସଭା ଏହାର ଦୃଢ ବିରୋଧ କରିଆସୁଥିଲା । ସେଥିପାଇଁ ମୁଖାର୍ଜୀ ବିଚାରଧାରାଗତ ଲଢେଇ ଲଢିବା ପାଇଁ ନେଇଥିଲେ ଦୃଢ ସଂକଳ୍ପ ।

1946 ମସିହାରେ ପ୍ରଥମକରି ସମ୍ବିଧାନକୁ ନିର୍ବାଚିତ ହେବାପରେ ପ୍ରାକ୍ ସ୍ବାଧିନ ଭାରତର ଜବାହାରଲାଲ ନେହୁରଙ୍କ ମନ୍ତ୍ରୀମଣ୍ଡଳରେ ଶିଳ୍ପ ଓ ଯୋଗାଣ ବିଭାଗ ଦାୟିତ୍ବ ବହନ କରିଥିଲେ ମୁଖାର୍ଜୀ । କିନ୍ତୁ 1950 ମସିହାରେ ପୂର୍ବବଙ୍ଗର ହିନ୍ଦୁ ଅଧିବାସୀଙ୍କ ଉପରେ ଅତ୍ଯାଚାର ହେଉଥିବା ବେଳେ ଜବାହାରଲାଲ ନେହୁର କୌଣସି ପଦକ୍ଷେପ ନେଇନଥିଲେ । ଯାହା ତାଙ୍କୁ ଅଧିକ ମର୍ମାହତ କରିଥିଲା ଫଳରେ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ଯ ମାଧବ ସଦାଶିବ ଗୋଲୱାଲକର ତଥା ପୂଜ୍ଯ ଗୁରୁଜୀଙ୍କର ପରାମର୍ଶ କ୍ରମେ 1951 ମସିହା ଅକ୍ଟୋବର 21 ତାରିଖରେ ପ୍ରତିଷ୍ଠା କରିଥିଲେ ‘ଭାରତୀୟ ଜନ ସଂଘ ’ ।


ସେ ସମୟରେ କାଶ୍ମୀରର ସ୍ଥିତି ଜଟିଳରୁ ଜଟିଳ ହୋଇଥାଏ । ଏବଂ ନେହୁରଙ୍କ ସରକାର ଏହି ପରିସ୍ଥିତିକୁ ଆୟତ୍ତ କରିବା ବଦଳରେ ମୁଖ୍ୟମନ୍ତ୍ରୀ ଶେଖ୍ ଅବଦୁଲ୍ଲାଙ୍କ ଦାବିକୁ ମାନି ନେଇଥିଲେ । ଅନ୍ଯପଟେ କାଶ୍ମୀରକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ବିଲୟ କରିବାକୁ ଦାବି ଜୋରଦାର କରୁଥାନ୍ତି ଅନେକ ଜାତୀୟ ଦଳ । ଏହି ସବୁ ଦଳକୁ ସମର୍ଥନ କରି ଆନ୍ଦୋଳନେର ସାମିଲ ହେଲେ ମୁଖାର୍ଜୀ । ପରେ ପୋଲିସ ଦ୍ବାରା ଗିରଫ ହୋଇଥିଲେ ।ବନ୍ଦୀଭାବେ ଜୀବନ ବିତାଉଥିବା ଶ୍ୟାମାପ୍ରସାଦ 1953 ସମିହା ଜୁନ୍ 26 ତାରିଖରେ ଫୁସ୍ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ ।

ବିଚାରଧାରାଗତ ଲଢେଇକୁ ନେଇ ଆରମ୍ଭ ହୋଇଥିବା ଭାରତୀୟ ଜନ ସଂଘ ପରବର୍ତ୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟି’ ନାମରେ ପରିଚିତ ହେଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2019, 3:27 PM IST

ABOUT THE AUTHOR

...view details