ଖୋର୍ଦ୍ଧା: ବେଗୁନିଆ ବ୍ଲକରେ ପଶିଲା ମହାନଦୀର ବନ୍ୟାଜଳ । ୧ ହଜାର ୩୫ ଏକର ଚାଷ ଜମି ଜଳମଗ୍ନ । ସେହିପରି ଖୋର୍ଦ୍ଧା ବ୍ଲକରେ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଜିଲ୍ଲାରେ ପ୍ରଭାବିତ ହୋଇଥିବା ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ ବେଗୁନିଆରେ ହେକ୍ଟର ହେକ୍ଟର ଜମି ଜଳମଗ୍ନ ଚଳିତ ବର୍ଷ ବେଗୁନିଆ ବ୍ଲକ ଅଞ୍ଚଳରେ ଖରିଫ ଧାନ ଫସଲ ପ୍ରାରମ୍ଭରୁ ସ୍ବଳ୍ପବର୍ଷା ହେବା କାରଣରୁ କୃଷି କାର୍ଯ୍ୟରେ ବିଳମ୍ବ ହୋଇଥିଲା । କିନ୍ତୁ ଅଗଷ୍ଟ ମାସରେ ଲଘୁଚାପ ବର୍ଷା ହେବା ଯୋଗୁ ଚାଷୀ ତାହାର ଚାଷଜମିରେ ରୁଆ ପୋତା କାର୍ଯ୍ୟ କରିଥିଲା । କିନ୍ତୁ ବର୍ତ୍ତମାନ ମହାନଦୀ ଶାଖା ରଣ ନଦୀରେ ବନ୍ୟାଜଳ ପ୍ରଭାବିତ ହେବା ଦ୍ଵାରା ବେଗୁନିଆ ବ୍ଲକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ କୂଳ । ବନ୍ୟା ଜଳ ପ୍ରଭାବିତ ହେବା ଦ୍ଵାରା ବେଗୁନିଆ ବ୍ଲକର ପୋଡାଡିହ ,ଦିନିଆରୀ,ବଡତୁଳସୀପୁର,ପାଇକସାହି,ଭୋଗଡା ,ବଡସାହି ,କଣ୍ଟାମଳିମ ,ସାନତୁଳସୀପୁର,ସାରୁଅ ବାଘମାରୀ,ପତନିବରର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଥିବାର ସୂଚନା ମିଳିଛି । ଏ ନେଇ ବେଗୁନିଆ ବ୍ଲକ କୃଷି ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ବେଗୁନିଆ ବ୍ଲକ ରେ ଚଳିତ ବନ୍ୟା ଜଳ ଦ୍ବାରା ୧୦୩୫ ଏକର ଚାଷ ଜମି ଜଳମଗ୍ନ ହୋଇଛି । ପାଣି ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।
ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ ବେଗୁନିଆରେ ହେକ୍ଟର ହେକ୍ଟର ଜମି ଜଳମଗ୍ନ ସେହିପରି ଖୋର୍ଦ୍ଧା ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟାପାଣି ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ବନ୍ୟା ଜଳ ପ୍ରବାହିତ ହେବାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହେହୋଇଥିବା ବେଳେ ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା,ଓରବରସିଂହ, ଦୁର୍ଗାପୁର,ହିରିମୂଳ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ବନ୍ୟାଘେରରେ ଥିବା ଗାଁକୁ ବୁଲି ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଖୋର୍ଦ୍ଧା ବ୍ଲକର ଓରବରସିଂହ,ଡିହଖଳା,କୃଷ୍ଣପୁର,ଲେଖନପୁର,ଓ ନରଣଗଡ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଛି । ବନ୍ୟା ପାଣି ମାଡିଆସିବାରୁ ଓରବରସିଂହ ଗ୍ରାମପଞ୍ଚାୟତର ୫ଖଣ୍ଡ ଗ୍ରାମ ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ଏବଂ ଉକ୍ତ ରାସ୍ତାରେ ଏବଂ ଗାଁ ଦାଣ୍ଡରେ ଚାରି ଫୁଟର ପାଣି ଚାଲିଛି। ବନ୍ୟା ପାଣି ପଶି ଧାନଫସଲ ନଷ୍ଟ କରିଦେଇଛି ।
ଖୋର୍ଦ୍ଧା ଜିଲ୍ଲାପାଳ ଓରବରସିଂହ ଗ୍ରାମପଞ୍ଚାୟତ ହିରିମୂଳ ଗ୍ରାମକୁ ରିଲିଫ ଡଙ୍ଗାରେ ଯାଇ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଲୋକମାନଙ୍କୁ ବାତ୍ୟାଆଶ୍ରୟ ସ୍ଥଳିକୁ ସ୍ଥାନ୍ତାନ୍ତରିତ କରିବା ପାଇଁ ପରାମର୍ଶ ଦେଇ ସେଠାରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିବାକୁ କହିଛନ୍ତି ଏବଂ ପାଣି ଛାଡିଗଲା ପରେ ସେମାନେ ନିଜ ଘରକୁ ଫେରି ଆସିବେ ବୋଲି କହିଛନ୍ତି ଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ