ଖୋର୍ଦ୍ଧା: ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଏବେ ମହାନଦୀରେ ବନ୍ୟା ଆସିଛି । ଯଦ୍ବାରା ମହାନଦୀକୁ ସଂଯୋଗ କରୁଥିବା ସମସ୍ତ ଛୋଟ ନଦୀରେ ବନ୍ୟା ଜଳ ବଢିବାରେ ଲାଗିଛି । ଏହି କ୍ରମରେ ରାଜୁଆ ନଦୀର ବନ୍ୟା ଜଳ ଖୋର୍ଦ୍ଧା ଓରବରସିଂହ ଗ୍ରାମପଞ୍ଚାୟତର ହରିମୂଳ ଏବଂ ଡିହଖଳା ଗ୍ରାମରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବର୍ଷା ନହୋଇ ମଧ୍ୟ ବନ୍ୟା ଘେରରେ ଖୋର୍ଦ୍ଧା
ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଏବେ ମହାନଦୀରେ ବନ୍ୟା ଆସିଛି । ଯଦ୍ବାରା ମହାନଦୀକୁ ସଂଯୋଗ କରୁଥିବା ସମସ୍ତ ଛୋଟ ନଦୀରେ ବନ୍ୟା ଜଳ ବଢି ଛୋଟ ଛୋଟ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଖୋର୍ଦ୍ଧା ଓରବରସିଂହ ଗ୍ରାମପଞ୍ଚାୟତର ହରିମୂଳ ଏବଂ ଡିହଖଳା ଗ୍ରାମରେ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଉଭୟ ଗ୍ରାମ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ଏହି ନଦୀର ବନ୍ୟା ଜଳ ଗାଁରେ ପଶିଥିଲା । ଏବେ ଗାଁରେ ଆଣ୍ଠୁଏ ଉଚ୍ଚାର ପାଣି ପ୍ରବାହିତ ହେଉଛି । ସେପଟେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଗୋଟିଏ ଡଙ୍ଗା ଯୋଗାଇ ଦିଆଇଥିବାବେଳେ ଏକ ଡାକ୍ତରୀ ଟିମ ଏବେ ଗାଁରେ ପହଞ୍ଚିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ