ଓଡିଶା

odisha

ETV Bharat / state

ଚିଲିକାରେ ପ୍ରଥମ ଥର ପାଳନ ହେଲା ରଜ ମହୋତ୍ସବ

ଚିଲିକାରେ ପ୍ରଥମ ଥର ଆରମ୍ଭ ହୋଇଛି କୃଷି ଭିତ୍ତିକ ପର୍ବ ରଜ । ନବ ନିର୍ବାଚିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଉଦ୍ୟମରେ ଆୟୋଜିତ ହୋଇଯାଇଛି ଏହି ମହାନ ପର୍ବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jun 15, 2019, 4:55 AM IST

ଖୋର୍ଦ୍ଧା: ପ୍ରଥମ ଥର ପାଇଁ ଚିଲିକାରେ ଧୁମଧାମରେ ପାଳନ ହେଲା ରଜ ମହୋତ୍ସବ । ଚିଲିକାରେ ପ୍ରଥମ ଥର ଆରମ୍ଭ ହୋଇଛି କୃଷି ଭିତ୍ତିକ ପର୍ବ ରଜ । ଓଡ଼ିଶା ପର୍ଯ୍ୟଟନ ଉର୍ଣ୍ଣୟନ ନିଗମ , ଚିଲିକା ଉର୍ଣ୍ଣୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଚିଲିକା ସ୍ଥିତ ବରକୁଳ ପାନ୍ଥନିବାସ ପରିସରରେ ଏହା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ନବ ନିର୍ବାଚିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଉଦ୍ୟମରେ ଆୟୋଜିତ ହୋଇଯାଇଛି ଏହି ମହାନ ପର୍ବ ପ୍ରଥମେ ଏକ ମଶାଲ ମା କାଳିଜାଇ ମନ୍ଦିରରୁ ଆସି ପାନ୍ଥନିବାସରେ ପହଂଚିବା ପରେ ଏହି ରଜପର୍ବ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ଅଂଚଳର ବହୁ ଜନସାଧାରଣ , କଳାକାର ଯୋଗ ଦେଇ ରଜ ଦୋଳି, ରଜ ପିଠା ଓ ରଜ ଗୀତର ଆୟୋଜନ କରି ବେଶ ମଜା ଉଠାଇଥିଲେ ।

ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ରଜର ମଜା ନେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details