ଭୁବନେଶ୍ବର:ରାଜଧାନୀର ଏକ ସରକାରୀ କ୍ବାଟରରେ ଭୟାବହ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ୟୁନିଟ୍ ୨ରେ ଥିବା ସରକାରୀ ବାସଭବନରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । କେହି ମୃତାହତ ହୋଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସରକାରୀ ବାସଭବନରେ କିପରି ବେଆଇନ ଭାବେ ବାଣ ଭିଡା ଯାଇ ବିକ୍ରି କରାଯାଉଥିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଜି ସକାଳ ସମୟରେ ୟୁନିଟ୍ ୨ ସରକାରୀ ବାସଭବନ ୧୩/୨ରେ ବାଣ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । କେଉଁ ପରିସ୍ଥିତିରେ ଓ କିଭଳି ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଲା ସେନେଇ ପୋଲିସ ତଦନ୍ତ କରୁଛି ।
କେବେଠୁ ଏଠାରେ ବାଣ ବ୍ୟବସାୟ ହେଉଥିଲା ସନେଇ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଅନ୍ୟପଟେ ବିସ୍ଫୋରଣ ଘଟିଥିବା ସରକାରୀ କ୍ବାଟର କାହା ନାଁରେ ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ତେବେ ସରକାରୀ କ୍ବାଟରରେ ବାଣ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ କମିଶନରେଟ ପୋଲିସ ପାଖରେ ଏନେଇ କୌଣସି ଖବର ନଥିଲା ।