ଓଡିଶା

odisha

ଡମଣଭୂଇଁ କାଜୁ ଜଙ୍ଗଲରେ ନିଆଁ ଲାଗି ଏକର ଏକର କାଜୁ ଗଛ ନଷ୍ଟ

By

Published : Feb 1, 2021, 10:49 PM IST

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ କାଜୁ ଜଙ୍ଗଲରେ ନିଆଁ ଲାଗି ଏକର ଏକର କାଜୁ ଗଛ ନଷ୍ଟ ହୋଇଯାଇଛି । କେହି ଖଣି ମାଫିଆ ନିଆଁ ଲଗେଇଥିବା ଲୋକେ ସନ୍ଦେହ କରୁଛନ୍ତି । ଅଧିକ ପଢନ୍ତୁ..

fire breaks in cashew field in khurdha
ଡମଣଭୂଇଁ କାଜୁ ଜଙ୍ଗଲରେ ନିଆଁ ଲାଗି ଏକର ଏକର କାଜୁ ଗଛ ନଷ୍ଟ

ଖୋର୍ଦ୍ଧା: ଡମଣଭୂଇଁ କାଜୁ ଜଙ୍ଗଲରେ ନିଆଁ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଡ଼ମଣଭୂଇଁ ନିକଟସ୍ଥ ଶ୍ରବଣା ଢ଼ାବା ପଛପଟେ ଥିବା କାଜୁ ଜଙ୍ଗଲରେ ନିଆଁ ଲାଗି ଶହ ଶହ କାଜୁ ଗଛ ଭସ୍ମୀଭୂତ ହୋଇଯାଇଛି ।

ଡମଣଭୂଇଁ କାଜୁ ଜଙ୍ଗଲରେ ନିଆଁ ଲାଗି ଏକର ଏକର କାଜୁ ଗଛ ନଷ୍ଟ

ସୂଚନାଯୋଗ୍ୟ ଯେ, କୌଣସି ମାଙ୍କଡ଼ା ପଥର ଖଣି ମାଫିଆ ବେଆଇନ ପଥର ଖନନ ଉଦ୍ଦେଶ୍ୟରେ ଅଥବା ଜାତୀୟ ରାଜପଥରେ ଗଢ଼ି ଉଠିଥିବା ଢ଼ାବା ଗୁଡିକ ଜଗନ୍ନାଥଙ୍କ ଜମିରେ ହୋଇଥିବା କାଜୁ ଜଙ୍ଗଲକୁ ବେଆଇନ ଭାବେ ଦଖଲ କରିଥିଲେ । ସେଠାରେ ମାଲବାହୀ ଗାଡ଼ି ଗୁଡିକୁ ପାର୍କିଂ କରିବା ନେଇ କାଜୁ ଜଙ୍ଗଲରେ ଜାଣିଶୁଣି ନିଆଁ ଲଗାଇଥିବା ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details