ଭୁବନେଶ୍ୱର:ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ପାଇଁ ମେୟର ଓ କମିଶନର ଦାୟୀ କରି ଏତଲା ଦେଲା ରାଜ୍ୟ ବିଜେପି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଉଭୟଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଜଗନାଥ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଇ ଥାନା ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଥାନାରେ ଏତଲା ଦେବା ସହ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,"BMC ରାଜଧାନୀବାସୀଙ୍କୁ ଏକ ସ୍ଵଚ୍ଛ ନିର୍ମଳ ସହର ସମେତ ଡେଙ୍ଗୁ ମୁକ୍ତ ସହରର ପ୍ରତିଶୃତି ଦେଇଥିବାବେଳେ ତାହା ପୂରଣ କରିନାହିଁ । ରାଜଧାନୀବାସୀଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଛି BMC । ଜାଣି ଜାଣି ସହରବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବାବେଳେ ତାଙ୍କ କଥା ଏବେ ପାଣିର ଗାର ହୋଇଛି । ନିର୍ବାଚନ ଜିତିଲେ ଲୋକଙ୍କ ମୌଳିକ ସୁବିଧା ପୂରଣ କରିବୁ ବୋଲି କହିଥିଲା BMC । ହେଲେ ବର୍ଷେ ବିତିଯାଇଥିଲେ ମଧ୍ୟ BMCର ଅପାରଗତା ଯୋଗୁ ଲୋକମାନେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ପୂର୍ବରୁ ଡ୍ରେନ୍ କାମ କରିଦେବୁ । ଡେଙ୍ଗୁ ଆମ ନିୟନ୍ତ୍ରଣରେ ଅଛି କିଛି ବି ଅସୁବିଧା ହେବନି ବୋଲି ବର୍ଷ ଆରମ୍ଭରୁ ଉଭୟ ମେୟର ଓ କମିଶନର କହିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ, ବର୍ଷା ଆରମ୍ଭରୁ ସାରା ରାଜଧାନୀବାସୀ ଜଳବନ୍ଦୀ ଓ ଡ୍ରେନେଜ୍ ସମସ୍ୟାରେ ଛନ୍ଦି ହେଉଛନ୍ତି ।"
ଏହା ବି ପଢନ୍ତୁ...Dengue Menace: ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ BMC କମିଶନର