ଓଡିଶା

odisha

ETV Bharat / state

ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ କନ୍ଦଳ

ଟାଙ୍ଗୀ ଥାନା ଭୁଷଣ୍ଡପୁର ଜଗନ୍ନାଥପୁର ଅଞ୍ଚଳରେ ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି ।

By

Published : Mar 30, 2019, 11:55 PM IST

ଫଟୋ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଚିଲିକାରେ ନାଳ ଜବର ଦଖଲକୁ ନେଇ 2ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଟାଙ୍ଗୀ ଥାନା ଭୁଷଣ୍ଡପୁର ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଖୋର୍ଦ୍ଧା

ଜଗନ୍ନାଥପୁର ଚିଲିକା ଭିତର ନାଳ ଦେଇ ସେହି ଗାଁର ମତ୍ସ୍ୟଜୀବୀମାନେ ଚିଲିକା ମଧ୍ୟକୁ ଯିବା ଆସିବା କରିଥାନ୍ତି । କିନ୍ତୁ ଏହି ନାଳରେ ଅନ୍ଯ ଏକ ଗୋଷ୍ଠି ଜାଲ ବସାଇ ଅବରୋଧ କରିଛି । ତେବେ ସମସ୍ୟାର ସମାଧାନ ପାଇଁ ଜଗନ୍ନାଥପୁରର ମତ୍ସ୍ୟଜୀବୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ତେବେ ମତ୍ସ୍ୟବିଭାଗ ତରଫରୁ ତଦାରଖ କାର୍ଯ୍ୟ ଚାଲୁଥିବାବେଳେ ବିପକ୍ଷ ଗୋଷ୍ଠି ଏହାର ବିରୋଧ କରିଥିଲେ । ଫଳରେ ମତ୍ସ୍ୟ ବିଭାଗ କର୍ମଚାରୀମାନେ ଭୟଭୀତ ହୋଇ ଗାଡି ଛାଡି ପଳାଇଥିଲେ । ତେବେ ପ୍ରଶାସନ ପକ୍ଷରୁ ସମାଧାନ ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।




ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details