ଓଡିଶା

odisha

ମୁଣ୍ଡ ଟେକିଲାଣି ସାର କଳାବଜାରୀ, ସରକାରୀ ଦରଠୁ ଦେଢଗୁଣା ଅଧିକ ଦରରେ ୟୁରିଆ ବିକ୍ରି

By

Published : Aug 12, 2021, 3:58 PM IST

ନିଅଣ୍ଟିଆ ବର୍ଷା ସାଙ୍ଗକୁ ଚାଷୀର ଚିନ୍ତା ବଢାଇଛି ସାର କଳବଜାରୀ । ସରକାର ୟୁରିଆ ପାଇଁ ଧାର୍ଯ୍ୟ କରିଥିବା ଦର ଠାରୁ ଦେଢଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି ବିକ୍ରେତା । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ଆସିଛି ଏହି ସାର କଳାବଜାରୀ ନେଇ ଅଭିଯୋଗ । ଅଧିକ ପଢନ୍ତୁ...

ମୁଣ୍ଡ ଟେକିଲାଣି ସାର କଳାବଜାରୀ, ସରକାରୀ ଦରଠୁ ଦେଢଗୁଣା ଅଧିକ ଦରରେ ୟୁରିଆ ବିକ୍ରି
ମୁଣ୍ଡ ଟେକିଲାଣି ସାର କଳାବଜାରୀ, ସରକାରୀ ଦରଠୁ ଦେଢଗୁଣା ଅଧିକ ଦରରେ ୟୁରିଆ ବିକ୍ରି

ଖୋର୍ଦ୍ଧା: ଚାଷୀଙ୍କ ଚିନ୍ତା ବଢାଇଛି ନିଅଣ୍ଟିଆ ବର୍ଷା । ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପତ୍ତା ମିଳୁନି । ଗୋଟିଏ ପଟେ ଚାଷୀ ବର୍ଷା କଷଣ ଭୋଗୁଥିବାବେଳେ ଏବେ ପୁଣି ସମସ୍ୟା ସାଜିଛି ସାରର କଳାବଜାରୀ । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ସାର କଳାବଜାରୀ ନେଇ ଅଭିଯୋଗ ହୋଇଛି । ସମବାୟ ସମିତି ଏବଂ ଘରୋଇ ସାର ବିକ୍ରେତାଙ୍କ ମାଧ୍ୟମରେ ସରକାର କମ୍ ମୂଲ୍ୟରେ ସାର ଯୋଗାଉଥିବା ନେଇ ଘୋଷଣା ହୋଇଥିବାବେଳେ ବେଗୁନିଆ ଅଞ୍ଚଳରେ ଆରମ୍ଭ ହୋଇଛି କଳବଜାରୀ ।

ମୁଣ୍ଡ ଟେକିଲାଣି ସାର କଳାବଜାରୀ, ସରକାରୀ ଦରଠୁ ଦେଢଗୁଣା ଅଧିକ ଦରରେ ୟୁରିଆ ବିକ୍ରି

ସମିତି ମାଧ୍ୟମରେ ଚାଷୀକୁ ମିଳୁଥିବା ସାର କମ୍ ପଡୁଥିବାରୁ ବାଧ୍ୟ ହୋଇ ଚାଷୀ ବାହାର ବଜାରରୁ ଅଧିକ ଦରରେ ସାର କିଣୁଥିବା କହିଛନ୍ତି । ସରକାର ୟୁରିଆ ପାଇଁ 266 ଟଙ୍କା 50 ପଇସା ଦର ଧାର୍ଯ୍ୟ କରିଥିଲେ ମଧ୍ୟ ସାର ବିକ୍ରେତାମାନେ କିନ୍ତୁ ଦେଢ଼ଗୁଣା ଅଧିକ ଦରରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଜିଲ୍ଲା କୃଷି ଅଧିକାରୀ ଗଣେଶ ପ୍ରସାଦ ଦାସ କହିଛନ୍ତି, ଆମ ପାଖକୁ ଏ ପର୍ଯ୍ୟନ୍ତ କଳାବଜାରୀ ନେଇ କୌଣସି ଅଭିଯୋଗ ଆସିନାହିଁ । ଯଦି ଆସେ ତେବେ ଆମେ ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ସେହିପରି ସାର କଳାବଜାରୀ ରୋକିବା ପାଇଁ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ସ୍କ୍ବାର୍ଡ ଗଠନ କରାଯାଇଥିବା ଜିଲ୍ଲା କୃଷି ଅଧିକାରୀ ଜଣାଇଛନ୍ତି । ସେପଟେ ଚଳିତ ବର୍ଷ ଜିଲ୍ଲାକୁ ମୋଟ 9 ହଜାର 5୦୦ ମେଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ଥିବାବେଳେ ଆସିଛି କେବଳ 2 ହଜାର 6 ଶହ ମେଟ୍ରିକ ଟନ । 108ଟି ସେବା ସମବାୟ ସମିତିକୁ 2 ହଜାର 160 ମେଟ୍ରିକ ଟନ ୟୁରିଆ ଦିଆଯାଇଥିବା ବେଳେ 132ଟି ବେସରକାରୀ ଡିଲରମାନଙ୍କୁ 3 ହଜାର 715 ମେଟ୍ରିକ ଟନ୍ ପ୍ରଦାନ କରାଯାଇଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details