ଖୋର୍ଦ୍ଧା: ପାଞ୍ଚ ଦଫା ଦାବିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଜଙ୍ଗଲୀ ହାତୀ ଏବଂ ଅନ୍ୟ ଜୀବଜନ୍ତୁଙ୍କ ଦ୍ଵାରା ଫସଲ କ୍ଷତି ବାବଦରେ ଏକର ପିଛା 20ହଜାର ଟଙ୍କା କ୍ଷତିପୂରଣ, ସେମାନଙ୍କୁ ଅଞ୍ଚଳରୁ ସ୍ଥାନାନ୍ତରଣ ,ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ 29 ଲକ୍ଷ ଟଙ୍କା ସହାୟତା ରାଶୀ ଏବଂ କ୍ଷତି ହୋଇଥିବା ଜମି ମାଲିକ ପାଖରେ ବନବିଭାଗ ପହଞ୍ଚି ସହାୟତା ପ୍ରଦାନ ଆଦି ଦାବିରେ ଶୁକ୍ରବାର ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଏହି ଚାଷୀ ।
5ଦଫା ଦାବିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
5 ଦଫା ଦାବିରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଚାଷୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସେମାନେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଉକ୍ତ ସମସ୍ୟାକୁ ନେଇ ଦୀର୍ଘଦିନର ଅଭିଯୋଗ ସତ୍ତ୍ବେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ବାଧ୍ୟହୋଇ ଆଜି ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ, ଗୋଳବାଇ, ଗୋଡିପଡା, ରାମେଶ୍ବର, ଅଚ୍ୟୁତପୁର ଗ୍ରାମର ଶତାଧିକ ଚାଷୀ । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ସେମାନେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ