ବରଗଡ: ଧାନ ବିକ୍ରିରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥା ଯୋଗୁଁ ଚଳିତ ବର୍ଷ ଚାଷୀର ମନୋବଳ ଭାଙ୍ଗିବା ସହିତ ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି । ରବି ଫସଲ ଆରମ୍ଭ ହୋଇଯାଇଥିବା ବେଳେ ବରଗଡରେ ଗତ ଖରିଫ ଫସଲର ଧାନ ବିକ୍ରି କରିପାରି ନାହାଁନ୍ତି ଚାଷୀ । ଫଳରେ ବୁଧବାର ହଜାର ହଜାର ଧାନ ବସ୍ତା ରାସ୍ତାରେ ରଖି ଚାଷୀମାନେ ଆନ୍ଦୋଳନ କରିଛନ୍ତି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକର ବହୁ ଗ୍ରାମର ଶତାଧିକ ଚାଷୀ ଧାନ ବିକ୍ରି କରି ନପାରି ଟୋକନର ଅପେକ୍ଷାରେ ରହିଥିଲେ । ମାତ୍ର ମଣ୍ଡି ବନ୍ଦ ହୋଇଗଲା ପଛେ ଟୋକନ ପହଞ୍ଚିଲା ନାହିଁ । ଫଳରେ ଡଭା ମାର୍କେଟ ୱାର୍ଡର ୧୯୧ ଜଣ ଚାଷୀଙ୍କ ୫୦୦୦ ବସ୍ତା ଧାନ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡିରହିଛି ।