ଓଡିଶା

odisha

By

Published : Feb 12, 2021, 5:40 PM IST

ETV Bharat / state

ଧାନକିଣାରେ ଅବ୍ୟବସ୍ଥା, ଚାଷୀଙ୍କ ଆମରଣ ଅନଶନ

ବୋଲଗଡ ବ୍ଲକ ହାଟବସ୍ତ ସ୍ଥିତ ଶ୍ରୀଚନ୍ଦନପୁର ସେବା ସମବାୟ ସମିତି ସମ୍ମୁଖରେ ଧାନ କିଣାର ଅବ୍ୟବସ୍ଥାକୁ ନେଇ ଶୁକ୍ରବାର ଚାଷୀମାନେ ଆମରଣ ଅନଶନ କରିଛନ୍ତି । ଅଧିକ ପଢନ୍ତୁ...

ଚାଷୀଙ୍କ ଆମରଣ ଅନଶନ
ଚାଷୀଙ୍କ ଆମରଣ ଅନଶନ

ଖୋର୍ଦ୍ଧା: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଆମରଣ ଅନଶନ। ବୋଲଗଡ ବ୍ଲକ ହାଟବସ୍ତ ସ୍ଥିତ ଶ୍ରୀଚନ୍ଦନପୁର ସେବା ସମବାୟ ସମିତି ସମ୍ମୁଖରେ ଧାନ କିଣାର ଅବ୍ୟବସ୍ଥାକୁ ନେଇ ଶୁକ୍ରବାର ଚାଷୀମାନେ ଆମରଣ ଅନଶନ କରିଛନ୍ତି ।

ଚାଷୀଙ୍କ ଆମରଣ ଅନଶନ

ଏହି ଆମରଣ ଅନଶନ ପୂର୍ବରୁ ଚାଷୀମାନେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧାର୍ଯ୍ୟ ତାରିଖରେ ମଣ୍ଡିରୁ ଚାଷୀଙ୍କ ଧାନ କ୍ରୟଜନିତ ସମସ୍ୟାର ସମାଧାନ ପାଇଁ ଲିଖିତ ଭାବେ ଜଣାଇଥିଲେ । ସେହିପରି ଗତ ମଙ୍ଗଳବାର ଦିନ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଜିଲ୍ଲା ସହ ଯୋଗାଣ ଅଧିକାରୀ ପହଞ୍ଚି ଧାନ ଉଠିବାକୁ ପ୍ରତିଶୃତି ଦେଇଥିଲେ ।

କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀଙ୍କ ଧାନ ବିକ୍ରି ଜନିତ ସମସ୍ୟାର ସମାଧାନ କରାନଯିବାରୁ ଶୁକ୍ରବାର ସେବା ସମବାୟ ସମିତି ଆଗରେ ଚାଷୀମାନେ ଆମରଣ ଅନଶନ କରିଛନ୍ତି । ଚାଷୀଙ୍କ ଧାନକ୍ରୟ ପାଇଁ ଚାଷୀଙ୍କ ଟୋକନ ବ୍ୟବସ୍ଥାରେ ଧାର୍ଯ୍ୟ ତାରିଖରେ ସେବା ସମବାୟ ସମିତି ଧାନ କିଣିବା ପାଇଁ ଅସମର୍ଥତା ପ୍ରକାଶ କରୁଛି । ଫଳରେ ଚାଷୀମାନେ ଶହ ଶହ ଧାନବସ୍ତାକୁ ରାସ୍ତା କଡରେ ପକାଇ ଶୀତ କାକରରେ ରାତିଦିନ ଜଗିବସୁଛନ୍ତି । ପ୍ରଶାସନର ଚାଷୀମାରଣ ନୀତିର ପ୍ରତିବାଦରେ ଚାଷୀମାନେ ଧାରଣା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details