ଖୋର୍ଦ୍ଧା: ମିଳୁନି ଟାର୍ଗେଟ । ଖୋଲୁନି ମଣ୍ଡି । ଲାଗିରହିଛି ମଣ୍ଡି ରହିଛି ସମସ୍ୟା । ବୌଦ୍ଧ ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀପ୍ରଶାଦ ସେବା ସମବାୟ ସମିତି ମଣ୍ଡିରେ ଲାଗି ରହିଥିବା ସମସ୍ୟା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।
ବର୍ଷ ବର୍ଷ ପରିଶ୍ରମ କରି ଅମଳ କରିଥିବା ଫସଲକୁ ବିକ୍ରି ନ କରି ପାରି ଚିନ୍ତାରେ ଚାଷୀ । ମଣ୍ଡି ଖୋଲିଲେ ବି ମଣ୍ଡିରେ ଦଲାଲଙ୍କ ରାଜ । ଫଳରେ ଧାନ ବିକ୍ରି ନ କରି ପାରି ଚିନ୍ତାରେ ରହିଛି ଚାଷୀ । ବାଣପୁର ବ୍ଲକ ନିଳାଦ୍ରୀପ୍ରଶାଦ ସେବା ସମବାୟ ସମିତିରେ 112 ଜଣ ଚାଷୀଙ୍କ ମଧ୍ୟରୁ 57 ଜଣ ଚାଷୀ ଏପର୍ଯ୍ୟନ୍ତ ଥରେ ବି ହେଲେ ଧାନ ବିକ୍ରି କରି ନଥିବା ଅଭିଯୋଗ କରିଛନ୍ତି ।