ଓଡିଶା

odisha

ETV Bharat / state

ଚନ୍ଦ୍ରଭାଗାରେ ସ୍ଥଳଭାଗ ଛୁଇଁଛି 'ଫନି': ଏସଆରସି - landfall

ତାଣ୍ଡବ ରଚାଇଥିବା ଭୟଙ୍କର ଘୂର୍ଣ୍ଣିଝଡ 'ଫନି' କୋଣାର୍କର ଚନ୍ଦ୍ରଭାଗାରେ ସ୍ଥଳଭାଗ ଅତିକ୍ରମ କରିଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫି କମିଶନର ବିଷ୍ଣୁପ୍ରଦ ସେଠୀ । ସକାଳ 10ଟା ସମୟରେ ଏହା ସ୍ଥଳଭାଗ ଛୁଇଁଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ପର୍ବରୁ କରାଯାଇଥିଲା । ଯାହା ଫଳରେ ଏତେ ମାତ୍ରାରେ ଧନଜୀବନ ହାନି ହୋଇଥିନଥିବା ଆଶା କରାଯାଉଛି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶେବର

By

Published : May 3, 2019, 6:58 PM IST

ଭୁବନେଶ୍ବର : ତାଣ୍ଡବ ରଚାଇଥିବା ଭୟଙ୍କର ଘୂର୍ଣ୍ଣିଝଡ 'ଫନି' କୋଣାର୍କର ଚନ୍ଦ୍ରଭାଗାରେ ସ୍ଥଳଭାଗ ଅତିକ୍ରମ କରିଥିବା କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପ୍ରଦ ସେଠୀ । ସକାଳ 10 ଟା ସମୟରେ ଏହା ସ୍ଥଳଭାଗ ଛୁଇଁଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ପର୍ବରୁ କରାଯାଇଥିଲା । ଯାହା ଫଳରେ ଏତେ ମାତ୍ରାରେ ଧନଜୀବନ ହାନି ହୋଇଥିନଥିବା ଆଶା କରାଯାଉଛି ବୋଲି ସେ କହିଛନ୍ତି ।

ଭ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶେବର

ଏହାର ପ୍ରଭାବରେ ସର୍ବାଧିକ ଭାବେ ପୁରୀ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ସେହିପରି ଖୋର୍ଦ୍ଧା, ଜଗତସିଂହପୁର, ଭୁବନେଶ୍ବର, କଟକ, କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଦେଇଛନ୍ତି ସେ । ସରକାରୀ ଭାବରେ କୌଣସି ମୃତାହତ ସୂଚନା ମିଳିପାରିନାହିଁ । ଗଣମାଧ୍ୟମରେ ଯାହା ସୂଚନା ମିଳିଛି ବୋଲି ସେ କହିଛନ୍ତି ।

ପୁରୀରେ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ 150 ରୁ 175 କିଲୋମିଟର ରହିଥିଲା । ପରେ ଭୁବନେଶ୍ବର, ଖୋର୍ଦ୍ଧା ଓ କଟକରେ ପ୍ରଚୁର ପରିମାଣରେ ବର୍ଷା ସହିତ ପବନ ବହିଛି । ରାସ୍ତା କଡରେ ଥିବା ଇଲେକ୍ଟ୍ରି ଖୁଣ୍ଟ, ବଡ ବଡ ଗଛ ଗୁଡିକ ଭାଙ୍ଗିପଡିବା ସହ ଆଜବେସଟ୍ସ ମଧ୍ୟ ଅନେକ ସ୍ଥାନରେ ଉଡିଯାଛି । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଯେଉଁଠାରେ ରାସ୍ତାରେ ଗଛ ପଡିରହିଛି ସେଠାରେ ତୁରନ୍ତ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗ ପହଁଚି ଏସବୁର ପ୍ରତିହତ କରୁଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା 'ଫନି' ଓଡିଶା ଅତିକ୍ରମ କରି ପଶ୍ଚିମବଙ୍ଗ ମୁହାଁହେବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details