ଓଡିଶା

odisha

ETV Bharat / state

'ଫନି' ଉଜାଡ଼ିଛି ଶିକ୍ଷାର ଭିତ୍ତିଭୂମି

ବାତ୍ୟା 'ଫନି' ଯିବାର ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏଁ ସୁଧୁରିନି ଶିକ୍ଷାର ଭିତ୍ତିଭୂମି । ରଜ ଛୁଟି ସରିଲେ ସ୍କୁଲ ଖୋଲିବା ପରେ ପିଲା କେଉଁଠି ବସି ପାଠ ପଢିବେ ତାହା ଏବେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jun 11, 2019, 4:43 AM IST

ଖୋର୍ଦ୍ଧା: ବାତ୍ୟା 'ଫନି' ଉଜାଡ଼ି ଦେଇଛି ଶିକ୍ଷାର ଭିତ୍ତିଭୂମି । ଖୋର୍ଦ୍ଧା ଜିଲ୍ଲାର ମୋଟ ୯୧୦ଟି ସରକାରୀ ସ୍କୁଲ 'ଫନି' ତାଣ୍ଡବରେ ବେହାଲ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩୨ଟି ହାଇସ୍କୁଲ ଏବଂ ୭୭୮ଟି ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେହିପରି ମୋଟ ୧୩୪ଟି ଶ୍ରେଣୀ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୨୦୯ଟି ଶ୍ରେଣୀ ଗୃହ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ 'ଫନି' ଯିବାର ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ସୁଦ୍ଧା ଏଯାଏଁ ବିଦ୍ୟାଳୟ ମରାମତି କାମ ଆରମ୍ଭ ହୋଇନାହିଁ । ସେପଟେ ରଜ ଛୁଟି ସରିଲେ ସ୍କୁଲ ଖୋଲିବା ପରେ ପିଲା କେଉଁଠି ବସି ପାଠ ପଢିବେ ତାହା ଏବେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଅପରପକ୍ଷେ ବିଦ୍ୟାଳୟର ଏଭଳି ସ୍ଥିତିରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେବ ବୋଲି ଏକପ୍ରକାରର ନିଶ୍ଚିତ ହୋଇସାରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details