ଓଡିଶା

odisha

ETV Bharat / state

ଫନି ପରେ ଧ୍ବସ୍ତବିଧ୍ବସ୍ତ ପାଇକଗଡ

ପ୍ରଳୟ ରଚି ଫେରିଯାଇଛି ସାମୁଦ୍ରିକ ଝଡ ଫନି । ହେଲେ ଛାଡ଼ିଯାଇଛି ଅକଥନୀୟ ଦୁଃଖ । ଶ୍ମଶାନ ହୋଇଯାଇଛି ଖୋର୍ଦ୍ଧାର ଚଳଚଞ୍ଚଳ ରାସ୍ତାଘାଟ । ମରୁଭୂମି ପାଲଟିଛି ସବୁଜିମା ଜଙ୍ଗଲ ।

By

Published : May 6, 2019, 2:46 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଖୋର୍ଦ୍ଧା

ଖୋର୍ଦ୍ଧା: ପ୍ରଳୟ ରଚି ଫେରିଯାଇଛି ସାମୁଦ୍ରିକ ବାତ୍ୟା ଫୋନି । ହେଲେ ଛାଡ଼ି ଯାଇଛି ଅକଥନୀୟ ଦୁଃଖ । ଶ୍ମଶାନ ହୋଇଯାଇଛି ଖୋର୍ଦ୍ଧାର ଚଳଚଞ୍ଚଳ ରାସ୍ତାଘାଟ । ମରୁଭୂମି ପାଲଟିଛି ଜଙ୍ଗଲ । ପବନ ମାଡରେ ବଡ ବଡ ବିଦ୍ୟୁତ ଖୁଣ୍ଟ ଓ ମୋବାଇଲ ଟାୱାର ମୁଣ୍ଡ ନୂଆଇଁ ଦେଇଛି । ବିରାଟ ଗଛ ସବୁ ଧରାଶାୟୀ ହୋଇପଡିଛି । କଚ୍ଚା , ଆଜବେଷ୍ଟ ଘର ଚୁରମାର ହୋଇ ମାଟିରେ ମିଶିଯାଇଛି । ହୃଦୟ ଥରା ପବନ ଚିତ୍କାରରେ ଭାଙ୍ଗିପଡିଛି ଶ୍ରୀକ୍ଷେତ୍ର ମେରୁଦଣ୍ଡ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଖୋର୍ଦ୍ଧା

ଫନି ଗଲା, କଲବଲ କରିଦେଲା । ଫନି ପରେ ଅସହାୟ ପାଲଟିଯାଇଛି ଖୋର୍ଦ୍ଧା, ପୁରୀ । ଅନ୍ଧାରରେ ଅଖିଆ ଅପିଆ ସାହାଯ୍ୟକୁ ଅନାଇ ବସିଛନ୍ତି ଗରିବ ବସ୍ତିବାସିନ୍ଦା । ଅମାପ କ୍ଷୟକ୍ଷତିର ଭରପୋଷଣ ପାଇଁ ଆଖି ଅନାଇ ବସିଛି ସରକାରଙ୍କ ସହାୟତାକୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details