ଓଡିଶା

odisha

ETV Bharat / state

ଖୋର୍ଦ୍ଧାରୁ ନକଲି ଏମଭିଆଇ ଗିରଫ

ପଥଚାରୀଙ୍କ ଠାରୁ ମିଛ କହି ଟଙ୍କା ଲୁଟୁଥିବା ନକଲି ଏମଭିଆଇକୁ ଗିରଫ କରିଛନ୍ତି ପୋଲିସ। ଗିରଫ ଅଭିଯୁକ୍ତ ନାଁରେ ପୂର୍ବରୁ ବିଭିନ୍ନ ମାମଲା ରୁଜୁ ଥିବା ସୂଚନା ମିଳିଛି।

By

Published : Feb 12, 2019, 9:11 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ମିଛ କହି ଲୋକଙ୍କ ଠାରୁ ଲୁଟୁଥିଲେ ଟଙ୍କା। ହେଲେ ଧରାପଡିଗଲେ ପୋଲିସ ହାତରେ। ରାସ୍ତାରେ ଯାତାୟତ ଗାଡିକୁ ଅଟକାଇ ଜରିମାନା ଆଦାୟ କରୁଥିବା ନକଲି ଏମଭିଆଇକୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ନକଲି ଏମଭିଆଇ ହେଉଛନ୍ତି ଟାଙ୍ଗି ଥାନା ଅଞ୍ଚଳର ରଜତ ବିଶ୍ବାଳ ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲା 16ନଂ ଜାତୀୟ ରାଜପଥ ଟାଙ୍ଗି ଥାନା ଅନ୍ତର୍ଗତ କୟଥପାଲି ଛକ ନିକଟରେରେ ରଜତ ଏହି କାମ କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଟାଙ୍ଗି ଥାନା ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ 4ହଜାର 6ସହ ଟଙ୍କା ଜବତ କରିଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବାଲୁଗାଁ ଓ ଖୋର୍ଦ୍ଧା ଥାନାରେ ବିଭିନ୍ନ ମାମଲା ରୁଜୁ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା଼, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details