ଓଡିଶା

odisha

ETV Bharat / state

ପ୍ରକାଶ ପାଇଲା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପାଠ୍ୟକ୍ରମର ଏକାଦଶ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପରୀକ୍ଷାରେ ମୋଟ ପାସ ହାର ୮୨ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ ହାର ୯୨.୫ ପ୍ରତିଶତ ରହିଥିବା ବେଳେ ଛାତ୍ର ମାନଙ୍କର ୭୨ ପ୍ରତିଶତ ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

By

Published : Jun 9, 2019, 3:30 PM IST

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ପରୀକ୍ଷାରେ ମୋଟ ପାସ ହାର ୮୨ପ୍ରତିଶତ ରହିଛି । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବାଜି ମାରିଛନ୍ତି । ଛାତ୍ରୀଙ୍କ ପାସ ହାର ୯୨.୫ ପ୍ରତିଶତ ରହିଥିବା ବେଳେ ଛାତ୍ର ମାନଙ୍କର ୭୨ ପ୍ରତିଶତ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ବାଣିଜ୍ୟରେ ଅଂଶୁମାନ ପଟ୍ଟନାୟକ, ମନସ୍ତତ୍ୱ ସୁବ୍ରତ ମାର୍ଥା, ପଦାର୍ଥ ବିଜ୍ଞାନର ଛାତ୍ରୀ ଦୀପା ରାନୀ ମହାପାତ୍ର କଲେଜ ଟପ୍ପର ହେବା ସହିତ ବିଜ୍ଞାନ ବିଭାଗରେ ମଧ୍ୟ ଟପ୍ପର ହୋଇଛନ୍ତି । ତିନୋଟି ବିଭାଗରେ ଟପ୍ପର ଛାତ୍ରଛାତ୍ରୀଙ୍କୁ ଆସନ୍ତା ବାର୍ଷିକ ଉତ୍ସବରେ ସ୍ୱର୍ଣ୍ଣ ପଦକ ପଦାନ କରାଯିବ ବୋଲି ପରୀକ୍ଷା ପରିଚାଳନା କମିଟି ସଭାପତି ଜ୍ୟୋତିନ୍ଦ୍ରନାଥ ମିତ୍ର କହିଛନ୍ତି । ସେପଟେ ସିଲାବସରେ କେତେଗୁଡିଏ ନୂଆ ବିଷୟ ମିଶିଥିବାରୁ ଫଳାଫଳ କିଛି ପ୍ରତିଶତ କମିଥିବା ମହାବିଦ୍ୟାଳୟ ଅଧକ୍ଷା ସୌଦାମିନି ଦାସ କହିଛନ୍ତି ।

ଅନ୍ୟପକ୍ଷରେ ପରୀକ୍ଷା ଫଳକୁ ନେଇ ଖୁସି ଥିବା ବେଳେ ପରିଶ୍ରମରୁ ସଫଳତା ମିଳିଥିବା ନେଇ ବାଣିଜ୍ୟରେ ଟପ୍ପର ହୋଇଥିବା ଅଂଶୁମାନ ପଟନାୟକ କହିଛନ୍ତି । ସେହିପରି ଜଣେ ଟପ୍ପର ଛାତ୍ରୀ ଦୀପାରାଣୀ ମହାପାତ୍ର ଦିନକୁ 12 ଘଣ୍ଟା ପରିଶ୍ରମ କରୁଥିବା ବେଳେ ସଫଳତାର ଶ୍ରେୟ ଗୁରୁଜନ ଓ ଶିକ୍ଷକଙ୍କୁ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

ABOUT THE AUTHOR

...view details