ଓଡିଶା

odisha

ETV Bharat / state

ETV BHARAT IMPACT: ବାଜିଲା ଖବର, ବନ୍ଧା ହେଲା ଅଭିଯୁକ୍ତ

‘ଇଟିଭି ଭାରତ’ରେ ଖବର ବାଜିବା ପରେ ଭିନ୍ନକ୍ଷମ ଯୁବତୀଙ୍କୁ ଗର୍ଭବତୀ କରିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପୋଲିସ, ଗିରଫ ହେଲା ଦୁଷ୍କର୍ମକାରୀ
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପୋଲିସ, ଗିରଫ ହେଲା ଦୁଷ୍କର୍ମକାରୀ

By

Published : Jul 24, 2021, 10:29 AM IST

ଖୋର୍ଦ୍ଧା: ଖବର ବାଜିଲା ତଦନ୍ତ ଆଗେଇଲା । ଜିଲ୍ଲାରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ ସେ ଗର୍ଭବତୀ ଥିବା ବେଳେ ଥାନାରେ ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା । ଏନେଇ ETV BHARATରେ ପ୍ରଥମେ ଖବର ପ୍ରସାରଣ ହେବାପରେ ବେଗୁନିଆ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିଛି । ଏଥିସହ ପୀଡିତାଙ୍କ ବୟାନ ରେକର୍ଡ କରି ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାଇ, ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବେଗୁନିଆ ଅଞ୍ଚଳର ଜଣେ ଡ୍ରେସ ଦୋକାନୀଙ୍କ ନିଜ ଦୋକାନ ସହ ଘର କାମ କରାଉଥିଲେ । ଯୁବତୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ଦୁଷ୍କର୍ମ କରି ସାତ ମାସର ଗର୍ଭବତୀ ମଧ୍ୟ କରିଥିଲେ । ଏପରିକି ଘଟଣାକୁ ଚାପିଦେବାପାଇଁ ଭରପୁର ଉଦ୍ୟମ ମଧ୍ୟ କରିଥିଲେ । ଏ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଉଥିଲେ ବୋଲି ଅଭିଯୋଗ ହେଉଥିଲା ।

ଏନେଇ ଯୁବତୀ ଜଣକ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଘଟଣାକୁ ଚାପି ଦେବାପାଇଁ ପ୍ରୟାସ କରିଥିଲା । ଏବଂ ପୀଡିତା ଏ ସମ୍ପର୍କରେ ଏକ ଅନଲାଇନ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏନେଇ ଏହି ଘଟଣା ସମ୍ପର୍କରେ ଇଟିଭି ଭାରତରେ ପ୍ରଥମେ ଖବର ବାଜିବା ପରେ ତତ୍ପରତା ଦେଖାଇ ବେଗୁନିଆ ପୋଲିସ ବେଗୁନିଆ ଥାନା ଅଧିକାରୀ ଅଭିଯୁକ୍ତ ତ୍ରିନାଥ ପ୍ରଧାନଙ୍କୁ ଗିରଫ କରିଛି । ତେବେ କିଭଳି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ଗୁରୁତର ଅଭିଯୋଗକୁ ପୋଲିସ ଅଣଦେଖା କଲା ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରଶାଦ ଶତପଥୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details