ଓଡିଶା

odisha

By

Published : Aug 13, 2019, 7:51 PM IST

ETV Bharat / state

ଇଟିଭି ଭାରତ ମହାପ୍ରଭାବ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଆଉ ଏବେ ତରବରିଆ ଭାବେ ବୀର ପାଇକଙ୍କର ପ୍ରତିମୂର୍ତ୍ତି ସଜାଡିବାରେ ଲାଗିପଡିଛି ।

ଇଟିଭି ଭାରତ ମହାପ୍ରଭାବ : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

ଖୋର୍ଦ୍ଧା : ଇଟିଭି ଭାରତର ମହାପ୍ରଭାବ । ବୀର ମାଟିର ବୀର ସନ୍ତାନଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ପ୍ରଶାସନ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ବିବର୍ଣ୍ଣ ହୋଇଯାଇଥିବା ଘଟଣା ଗତ 6 ତାରିଖରେ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା ।

ଏହି ଖବର ପ୍ରସାରଣ ପରେ ଚେତିଛି ପ୍ରଶାସନ । ଆଉ ଏବେ ତରବରିଆ ଭାବେ ବୀର ପାଇକଙ୍କର ପ୍ରତିମୂର୍ତ୍ତି ସଜାଡିବାରେ ଲାଗିପଡିଛି ।

ଇଟିଭି ଭାରତ ମହାପ୍ରଭାବ : ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ

ଅଧିକ ପଢନ୍ତୁ:ବୀର ମାଟିର ବୀର ପୁତ୍ରଙ୍କୁ ଭୁଲିଗଲେ ସରକାର

ଏଠାରେ ସୂଚନାଯୋଗ୍ୟ, ସାରା ଦେଶରେ ପାଇକଙ୍କ ଗଡ ରୂପେ ଖୋର୍ଦ୍ଧା ବେଶ ପରିଚିତ । ଏହିଠାରୁ ପ୍ରଥମେ ଇଂରେଜଙ୍କୁ ଆମ ମାଟିରୁ ବିତାଡିତ କରିବା ପାଇଁ ବିଦ୍ରୋହ ଆରମ୍ଭ କରିଥିଲେ ବୀର ପାଇକ ।

ଏହି ବିଦ୍ରୋହରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ ଓ ମାଧବ ଚନ୍ଦ୍ର ରାଉତରାୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details