ଓଡିଶା

odisha

By ETV Bharat Odisha Team

Published : Sep 20, 2023, 11:07 PM IST

ETV Bharat / state

ବଢିଲା ସୌମ୍ୟ ରଞ୍ଜନଙ୍କ ଅଡୁଆ, ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ନୋଟିସ୍

ବଢିଲା ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଅଡୁଆ । ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ପକ୍ଷରୁ ନୋଟିସ୍ ଜାରି ହୋଇଛି । ଅଧିକ ପଢନ୍ତୁ

ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ନୋଟିସ୍
ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ନୋଟିସ୍

ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ EOW ନୋଟିସ୍

ଭୁବନେଶ୍ବର:ବଢିଲା ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଅଡୁଆ । 'ଆତ୍ମବିଭୋର ପ୍ରଶାସନ, ଅସହାୟ ରାଜନେତା' ଆଲେଖ୍ୟକୁ ନେଇ ସୌମ୍ୟ ଅଡୁଆରେ ପଡିଥିବା ଚର୍ଚ୍ଚା ହେଉଛି । ଏହାସହ ତାଙ୍କ କର୍ମଚାରୀମାନେ ମଧ୍ୟ ବର୍ତ୍ତମାନ ହରଡ଼ଘଣାରେ ପଡିଛନ୍ତି । କାରଣ ସୌମ୍ୟଙ୍କ ଗଣମାଧ୍ୟମ ସଂସ୍ଥାର ଅନେକଙ୍କୁ EOW ନୋଟିସ କରିଥିବା ଜଣାପଡ଼ିଛି । ଏନେଇ ଖୋଲି ଇଓଡବ୍ଲୁ ଏସପି କହିଛନ୍ତି, "ଆସନ୍ତାକାଲି ହାଜର‌ ପାଇଁ ଅନେକଙ୍କୁ ନୋଟିସ୍ କରାଯାଇଛି । ଏପରିକି କେତେକ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିବା ପାଇଁ ସଜବାଜ ହେଉଛି ଇଓଡବ୍ଲୁ ଟିମ୍ । ଯେଉଁମାନେ ଅଭିଯୋଗକାରୀ ସେମାନଙ୍କ ବୟାନ ନିଆଯାଉଛି ।"


ତେବେ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକଙ୍କ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାହା ତାଙ୍କୁ ଅଡୁଆରେ ପକାଇଥିବା ଅଭିଯୋଗ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୌମ୍ୟଙ୍କ ବିରୋଧରେ ଇଓଡବ୍ଲୁ କରିଥିବା କେସ ଆଧାରରେ କେବଳ ଯେ ସୌମ୍ୟ ଏକାକୀ ନୁହନ୍ତି ବରଂ ଏଥିରେ‌ ଛନ୍ଦି ହେବାକୁ ଯାଉଛନ୍ତି ତାଙ୍କର କିଛି କର୍ମଚାରୀ।ଯାହାଙ୍କୁ ଇଓଡବ୍ଲୁ ନୋଟିସ କରି ହାଜର ପାଇଁ ଡାକାଇଛି । ତେବେ ପ୍ରଥମ ଦିନରେ ରେଡ କରି ଡକ୍ୟୁମେଣ୍ଟ ହାସଲ ପରେ ସେହି ଡକ୍ୟୁମେଣ୍ଟ ଆଧାରରେ ସଂସ୍ଥାର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା । ଏପରିକି ତାଙ୍କଠୁ ପାଇଥିବା ତଥ୍ୟ ଆଧାରରେ ଇଓଡବ୍ଲୁ ଅନ୍ୟ କିଛି କର୍ମଚାରୀଙ୍କୁ ସମନ କରିଛି । ତେବେ ଗଣମାଧ୍ୟମ ସଂସ୍ଥାର କର୍ମଚାରୀଙ୍କୁ ସମନ ପରେ ଏବେ ସୌମ୍ୟଙ୍କ ଉପରେ ଏକ ପ୍ରକାର ଆଇନଗତ ଚାପ ବଢିଛି ।


ତେବେ 'ଆତ୍ମବିଭୋର ପ୍ରଶାସନ ଓ ଅସହାୟ ରାଜନେତା' ସମ୍ପାଦକୀୟ ଆଲେଖ୍ଯ ମାଧ୍ୟମରେ ରାଜନୈତିକ ଷ୍ଟଣ୍ଟ ଦେଇଥିବା ବିଜେଡି ବିଧାୟକ ବିଜେଡି ପାଇଁ କାଳ ସାଜିଥିଲେ । ଯାହାକୁ ନେଇ ପ୍ରଥମ 3 ରୁ 4ଯାଏ ଦଳୀୟ ହେବିଓ୍ବେଟ୍ ଆସି ସୌମ୍ୟଙ୍କ ବିରୋଧରେ କଡ଼ା ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହାର ଠିକ୍ ପରେ ପରେ ସୌମ୍ୟଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାରେ ହୋଇଥିଲା ରେଡ୍ । ତେବେ ୧୪ ବର୍ଷ ପୂର୍ବର ମାମଲାର ତଦନ୍ତ କରିବାକୁ ଯାଇ ଇଓଡବ୍ଲୁ ଛାନଭିନ ଆରମ୍ଭ କରିଛି । ଅର୍ଥନୈତିକ କାରବାର ମାମଲାରେ ସୌମ୍ୟ ଓ ତାଙ୍କ ସମ୍ପର୍କିତ ଲୋକଙ୍କୁ ଆଇନର ଜାଲ ଭିତରେ ଛନ୍ଦିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ସୌମ୍ୟ ଯଦି କଂଗ୍ରେସ ଫେରନ୍ତି ତାଙ୍କୁ ସ୍ବାଗତ କରିବା କଥା ଦଳ: ବିଧାୟକ ତାରା


ଏହା ପୂର୍ବରୁ ସୌମ୍ୟଙ୍କ ସମୁଦି ତଥା ରିୟଲ ଇଷ୍ଟେଟ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଡକାଇ ଇଓଡବ୍ଲୁ ଜେରା କରିବା ସହ ଏବେ ସୌମ୍ୟଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ଆରମ୍ଭ କରିଛି ତନାଘନା । ତେବେ ଏହାକୁ ନେଇ ରାଜନୈତିକ ମହଲରେ କଡ଼ା ନିନ୍ଦା କରାଯାଇଛି। ସେପଟେ ଏ ସମ୍ପର୍କରେ ସୌମ୍ୟ ଏଯାବତ ମୁହଁ ଖୋଲି ନାହାନ୍ତି । ସୌମ୍ୟ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ଝଡ ଥମିବ ନା ଘୂର୍ଣ୍ଣିଝଡ ଭଳି ପରିସ୍ଥିତି ସୃଷ୍ଟି କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details