ଭୁବନେଶ୍ବର: ଚାକିରି ଦେବା ନାଁରେ ବଡ଼ ଠକେଇର ଗୁମର। ଦେଶର ୧୭ ରାଜ୍ୟରୁ ଠକିଥିବା ଠକକୁ ଗିରଫ କଲା ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW)। ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ କରିବା ପରେ ବିହାରର ଯୁବକ ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ପୋଲିସ ଏହି ଠକକୁ ଗିରଫ କରିଛି । ୟୁପିଏସି କୋଚିଂ ନେଉଥିବା ବେଳେ ଧୀରେ ଧୀରେ ଠକେଇ କାର୍ଯ୍ୟରେ ଲିପ୍ତ ହୋଇଥିବା ପୋଲିସ କହିଛି ।
ଏହି ଯୁବକଙ୍କ ନାଁ ହେଉଛି ଧରମପାଲ ସିଂ । ଘର ବିହାରର ଗୋପାଳଗଞ୍ଜ ହାତୁଆ । ଧରମପାଲ MSC ପାଠ ପଢାସାରି ଦିଲ୍ଲୀରେ UPSC ପ୍ରସ୍ତୁତି କରିବାକୁ ଆସିଥିଲା । ପରେ ସେଠି ପଢୁଥିବା ସମୟରେ ଚାକିରି ପାଇଁ ପିଲାଙ୍କ ଆଗ୍ରହ ଦେଖି ହୋଇଗଲେ ଠକ। ଶେଷରେ ଠକେଇର ବାଟ ବାଛି ନେଇ ଚାକିରି ଆଶାୟୀ ଯୁବକଙ୍କୁ ଠକିବାକୁ ଆରମ୍ଭ କଲା ପ୍ଲାନ୍ । ଏନେଇ ସରକାରୀ ଓ୍ବେବସାଇଟ ଭଳି ଗ୍ରାମୀଣ କଲ୍ୟାଣ ରୋଜଗାର ସଂସ୍ଥା ନାଁରେ ଓ୍ବେବସାଇଟ ତିଆରି କରି ଚାକିରି ପାଇଁ ଆଗ୍ରହୀ ଆଶାୟୀମାନଙ୍କୁ ଠକିବାକୁ ଆରମ୍ଭ କରିଥିଲେ।
ସବୁଠାରୁ ଅଧିକ ଠକେଇ କୋଭିଡ଼ ସମୟରେ କରିଥିଲେ । ବେରୋଜଗାରୀ ଓ ଘରେ ବେକାର ଥିବା ଯୁବପିଢୀଙ୍କୁ ନିଜ ଜାଲରେ ଫସାଇଥିଲେ । ଏଥିପାଇଁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଖବର କାଗଜରେ ଏନେଇ ବିଜ୍ଞାପନ ଦେଉଥିଲେ । ପରେ ଆଶାୟୀମାନେ ଅନଲାଇନରେ ପଞ୍ଜୀକରଣ କରି ଏହା ବାବଦରେ ୩୦୦ରୁ ୪୦୦ ଟଙ୍କା ଦେଉଥିଲେ। ପରେ ସେମାନଙ୍କର ଅନଲାଇନରେ ଟେଷ୍ଟ କରିବା ସହ ଇଣ୍ଟରଭ୍ୟୁ ମଧ୍ୟ କରୁଥିଲା ଏହି ଠକ। ଫଳରେ ଠକେଇ ନେଇ ଯେପରି କେହି ସନ୍ଦେହ ନ ହେବ ସେନେଇ ସରକାରୀ ଫର୍ମାଟରେ ପରୀକ୍ଷା କରିବା ସହ ଏହାର ଫଳାଫଳ ବାହାର କରି ସବୁ ଅନଲାଇନରେ ହିଁ ଅପଡେଟ କରୁଥିଲା ।
ଏହା ବି ପଢନ୍ତୁ- କ୍ରୀଡ଼ାବିତଙ୍କ ନାମରେ କ୍ରୀଡ଼ା ଭିତ୍ତିଭୂମି ଓ ଷ୍ଟାଡିୟମ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ