ଓଡିଶା

odisha

ETV Bharat / state

ସ୍କିଲ ଡେଭଲପମେଣ୍ଟ ନାଁରେ ୬୨ଲକ୍ଷ ଠକେଇ, ଜଣେ ଗିରଫ

ସ୍କିଲ ଡେଭଲପମେଣ୍ଟ ନାଁରେ ୧୫ ଏନଜିଓ ସଂସ୍ଥାଠାରୁ ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 18, 2019, 8:10 PM IST

ଭୁବନେଶ୍ବର: ସ୍କିଲ ଡେଭଲପମେଣ୍ଟ ନାଁରେ ୧୫ ଏନଜିଓ ସଂସ୍ଥାଠାରୁ ୬୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । କରପୋରେଟ ସୋସିଆଲ ରିସେପସ୍‌ନର ବାହାନା ଦେଖାଇ ଏମିତି ଢଙ୍ଗରେ ଠକେଇ କରିଥିବା ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଠକ ଅଭିଯୁକ୍ତ ଜଣକ ଜଗତସିଂହପୁର କୁଜଙ୍ଗ ବାଗୋଇ ଗାଁର ସୁଧିର ସାହୁ ବୋଲି ଜଣାପଡିଛି । ଯିଏ କି ରୁଧିତପା ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ।

ତେବେ କ୍ରାଇମବ୍ରାଞ୍ଚ ନିକଟରେ ଆଦିବାସି ମହିଳା ସମିତି ନୟାଗଡର ଅଭିଯୋଗ ମୁତାବକ ଅଭିଯୁକ୍ତ ଜଣକ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ନାଁରେ କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ଓ ଖଦି ମନ୍ତ୍ରାଳୟରୁ ଏନଆଇଇଆଇଟିର ଶାଖାର ନକଲି ଅନୁମତି ଆଣି ଆଦିବାସି ପିଲାଙ୍କୁ ବିଭିନ୍ନ ଟ୍ରେନିଂ ଦେବାର କାର୍ଯକ୍ରମ ଯୋଜନା କରିଥିଲେ ।


ଏଥିପାଇଁ ବିଭିନ୍ନ ଏନଜିଓ ସଂସ୍ଥା ଠାରୁ ସିଏସଆର ବା ସାମାଜିକ ଦାୟିତ୍ବବୋଧ ନାଁରେ ୬୨ ଲକ୍ଷ ଟଙ୍କା ଆଣି ନିଜ ପକେଟ ଗରମ କରିଥିଲେ । ହେଲେ ଏନେଇ ନା କୌଣସି ପିଲାଙ୍କୁ ଟ୍ରେନିଂ ଦେଇଥିଲେ ନା ପଇସା ବରଂ ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଯାହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତରେ ଜଣାପଡିବା ପରେ ଅଭିଯୁକ୍ତକୁ ୪୨୦, ୪୦୬, ୪୬୭, ୪୭୧, ୧୨୦ବିରେ ଗିରଫ କରି କୋର୍ଟ ଚାଲାଣ କରିଛି ଅର୍ଥନୈତିକ ଅପରାଧା ଶାଖା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details