ଓଡିଶା

odisha

ETV Bharat / state

ବାତ୍ୟା ପ୍ରଭାବିତଙ୍କ ସହ ଛିଡା ହୋଇଛି ସମଗ୍ର ଦେଶ: ପ୍ରଧାନମନ୍ତ୍ରୀ - cyclone

ରାଜ୍ୟରେ ତାଣ୍ଡବ ସୃଷ୍ଟି କରିଥିବା ଏହି ସାମୁଦ୍ରିକ ଝଡ 'ଫନି' ର ସ୍ଥିତି ସମ୍ପର୍କରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସମସ୍ତ ପ୍ରକାରର ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

ଫାଇଲ ଫଟୋ

By

Published : May 4, 2019, 11:07 AM IST

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ 'ଫନି' ହଜାଇଦେଇଛି ଓଡିଶାବାସୀଙ୍କ ନିଦ । ପୁଣି ମନେପକାଇ ଦେଇଛି ଦୀର୍ଘ 20 ବର୍ଷ ତଳେ ହୋଇଥିବା ମହାବାତ୍ୟାର କରାଳ ରୂପ । ବର୍ତ୍ତମାନର ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ଓଡିଶାକୁ ସାହାର୍ଯ୍ୟର ହାତ ବଢାଇଛନ୍ତି କେନ୍ଦ୍ରସରକାର । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା କରାଯାଇଛି।

ରାଜ୍ୟରେ ତାଣ୍ଡବ ସୃଷ୍ଟି କରିଥିବା ଏହି ସାମୁଦ୍ରିକ ଝଡ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତିର ସମୀକ୍ଷା ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ସାମୁଦ୍ରିକ ଝଡ 'ଫନି' ଦ୍ୱାରା ପ୍ରଭାବିତ ହୋଇଥିବା ଭାଇଭଉଣୀଙ୍କ ସହ ସମଗ୍ର ଦେଶ ଛିଡା ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ପ୍ରସ୍ତୁତ ଅଛି ବୋଲି ଜଣାଇଛନ୍ତି।

ABOUT THE AUTHOR

...view details