ଓଡିଶା

odisha

ETV Bharat / state

ଟାଙ୍ଗୀରେ ହାତୀ ଆତଙ୍କ, ଜଣଙ୍କୁ କଚାଡି ମାରିଲା ଦନ୍ତା

ନୂଆବର୍ଷର ହାତୀଙ୍କ ଆତଙ୍କରାଜ । ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କଚାଡି ମାରିଲା ହାତୀ । ଅଧିକ ପଢନ୍ତୁ

By

Published : Jan 2, 2023, 9:11 AM IST

elephant terror in khordha
elephant terror in khordha

ଖୋର୍ଦ୍ଧା: ଜିଲ୍ଲାରେ ହାତୀଙ୍କ ଆତଙ୍କ । କେତେବେଳେ ଚାଷ ଜମିରେ ପଶି ଉତ୍ପାତ କଲେଣିତ ଆଉ କେତେବେଳେ କାହାର ଜୀବନ ନେଲେଣି ହାତୀପଲ । ଗତକାଲି ନୂଆବର୍ଷର ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳରେ ଦନ୍ତାହାତୀର ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ରତ୍ନାକର ବେହେରା ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ସିକୋ ଅଞ୍ଚଳର ରତ୍ନାକର ବେହେରାଙ୍କ ଖଳାରେ ଧାନ ଖାଇବାକୁ ଯାଇଥିଲେ ଦୁଇ ହାତୀ । ଏହା ଜାଣିବା ପରେ ରତ୍ନାକର ଓ ଦିନ ବନ୍ଧୁ ଖଳାକୁ ଯାଇଥିଲେ । ଫଳରେ ଏକ ଦନ୍ତାହାତୀ ଉଭୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ରତ୍ନାକର ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସୂଚନା ଦେଇଛନ୍ତି ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚ ।

ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,''ଗତକାଲି ଦୁଇଜଣଙ୍କୁ ଏକ ଦନ୍ତା ଆକ୍ରମଣ କରିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ବନ କର୍ମଚାରୀ ମାନେ ଦନ୍ତାର ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ଆହତ ବନ୍ଧୁ ବରାଳଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଗତ ବର୍ଷ ଡିସେମ୍ବର ୩୦ ତାରିଖ ଦିନ ମଙ୍ଗଳାଯୋଡି ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ମୃତକ ହେଉଛନ୍ତି ଗ୍ରାମର ଅନୁ ପ୍ରଧାନ । ଏହିପରି ଭାବେ ଜଙ୍ଗଲୀ ହାତୀମାନେ ଜନବସତି ମୁହାଁ ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-୨୦୨୩ରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ ଜାରି ରହିବ: ସମୀର ମହାନ୍ତି

ସେହିପରି ସେପ୍ଟେମ୍ବର ମାସରେ ଟାଙ୍ଗୀ ବ୍ଲକ ହରିପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀର ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ କ୍ଷେତରେ କାମ କରିବାକୁ ଯାଇଥିବା ବେଳେ ଗୋଟିଏ ହାତୀ ଆସି ତାଙ୍କୁ ଆକ୍ରମଣ କରୁଥଲା । ପ୍ରଫୁଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଲୋକ ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିଥଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details