ଓଡିଶା

odisha

ETV Bharat / state

Voters List Revision Begins: ଆରମ୍ଭ ହେଲା ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା - ସାଧାରଣ ନିର୍ବାଚନ2024

ନିର୍ବାଚନ ଅଧିକାରୀ କହିଛନ୍ତି ‘‘ ଆଜିଠାରୁ ଆରମ୍ଭ ହେଲା ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ ଓ ଅଫ ଲାଇନରେ ହୋଇପାରିବ ଆବେଦନ । ଅଧିକ ସହାୟତା ପାଇଁ ୧୯୫୦ ଟୋଲ ଫ୍ରୀ ନମ୍ବରରେ କଲ କରିପାରିବେ । ଅଧିକ ପଢନ୍ତୁ

ଆରମ୍ଭ ହେଲା ଭୋଟର ତାଳିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା
ଆରମ୍ଭ ହେଲା ଭୋଟର ତାଳିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା

By ETV Bharat Odisha Team

Published : Oct 27, 2023, 4:29 PM IST

ଆରମ୍ଭ ହେଲା ଭୋଟର ତାଳିକା ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା । ୧୮ବର୍ଷ ହେବାକୁ ଥିବା ଯୁବ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଯୁବ ଭୋଟରଙ୍କୁ ତାଲିକାଭୁକ୍ତ କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି । ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ବୁଥ ସଂଖ୍ୟା ମଧ୍ୟ ବଢିଛି । ଆମେ ଚାହୁଁଛୁ ସମସ୍ତଙ୍କ ନାଁ ଭୋଟର ତାଲିକାରେ ରହୁ। ୧୮ବର୍ଷର ହୁଅନ୍ତୁ କିମ୍ବା ୮୦ ବର୍ଷର ସମସ୍ତଙ୍କ ନାଁ ଭୋଟର ଲିଷ୍ଟରେ ରହିବା ଦରକାର । ଯେଉଁ ଭୋଟର ମାନେ ଶାରୀରିକ ଅକ୍ଷମ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆଣିବା ଦାୟିତ୍ବ ଆମର। ଆମେ ତାଙ୍କ ଘରକୁ ଗାଡି ପଠାଇ ଆଣିବୁ ଭୋଟ ଦେବା ପରେ ତାଙ୍କୁ ନେଇ ଘରେ ଛାଡିବାର ବ୍ୟବସ୍ଥା କରିବୁ । ଆଜି ପ୍ରେସମିଟ କରି ଏହି ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଅଧିକ ପଢନ୍ତୁ- ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ନେଇ ବସିଲା ସର୍ବଦଳୀୟ ବୈଠକ

ନିର୍ବାଚନ ଅଧିକାରୀ କହିଛନ୍ତି ‘‘ ଆଜିଠାରୁ ଆରମ୍ଭ ହେଲା ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ ଓ ଅଫ ଲାଇନରେ ହୋଇପାରିବ ଆବେଦନ । ଅଧିକ ସହାୟତା ପାଇଁ ୧୯୫୦ ଟୋଲ ଫ୍ରୀ ନମ୍ବରରେ କଲ କରିପାରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନ ଓ ଅଲାଇନରେ ଆବେଦନର ବ୍ୟବସ୍ଥା ହୋଇଛି । ଫର୍ମ -୬ ରେ ନୂଆ ଆବେଦନ, ଫର୍ମ- ୭ରେ ନାମ ଯୋଗ ଓ ବିଯୋଗ କରିହେବ । ସେହିପରି ଫର୍ମ-୮ରେ ତ୍ରୁଟି ସଂଶୋଧନ ହୋଇପାରିବ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି । ’’

ସେହିପରି ନିର୍ବାଚନ ଅଧିକାରୀ କହିଛନ୍ତି ୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢି ୩୭ ହଜାର ୮୦୯ ରେ ପହଞ୍ଚିଛି । ଗତବର୍ଷ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୦୩ ହଜାର ୦୯୪ ବା ୦.୯୪% ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ରେ ପହଞ୍ଚିଛି । ଏବେ ରାଜ୍ୟରେ ପୁରୁଷ-ମହିଳା ଭୋଟର ହାର ବଢି ପ୍ରତି ହଜାରେ ପୁରୁଷରେ ୯୬୧ରୁ ବଢି ୯୬୩ ହୋଇଛି ।

ଅଧିକ ପଢନ୍ତୁ- ଭୋଟର ତାଲିକା ସଂଶୋଧନ ଅଭିଯାନ ୨୦୨୪, ସଚେତନତା ଲକ୍ଷ୍ୟରେ ଅକ୍ଟୋବର ୨୭ରୁ ‘ପଥ ଉତ୍ସବ’

ଅନ୍ୟପଟେ ରାଜ୍ୟର ସୋରଡା, ହିଞ୍ଜିଳି ଓ ଆସ୍କାରେ ପୁରୁଷ - ମହିଳା ଭୋଟର ହାର ସର୍ବାଧିକ ବଢିଛି । ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ ସ୍ତରୀୟ ଏଜେଣ୍ଟ ଦେବାକୁ ଅନୁରୋଧ କରାଯାଇଛି । ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ IAS ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଥର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଚୀନ ଜନଜାତିଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ମହିଳା ଓ ଯୁବ ଭୋଟରଙ୍କୁ ତାଲିକାରେ ଯୋଡିବାକୁ ଅଧିକ ଫୋକସ ଦିଆଯାଇଛି। ଏବର୍ଷର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୨୨୪ ରୁ ୩ ହଜାର ୪୦୬ କୁ ବୃଦ୍ଧି ପାଇଛି । ଆସନ୍ତା ସାଧାରଣ ନିର୍ବାଚନ ଲାଗି EVM, VVPAT ଆସି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ସରି ଯାଇଛି । ଅନ୍ୟ ୨୦ ଟି ଜିଲ୍ଲାରେ EVM, VVPAT ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ୧୫ ସୁଦ୍ଧା ସରିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details