ଖୋର୍ଦ୍ଧା: ସାଧାରଣ ନିର୍ବାଚନ ତାରିଖ ଆଉ ଅଳ୍ପଦିନ ମଧ୍ୟରେ ନିର୍ବାଚନ କମିଶନର ଘୋଷଣା କରିପାରନ୍ତି । ତେଣୁ ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ।
ନିର୍ବାଚନକୁ ନେଇ ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁଯାୟୀ ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ 1766ଟି ବୁଥ ଥିବାବେଳେ ଚଳିତ ବର୍ଷ ଏହି ବୁଥ ସଂଖ୍ୟା ବୃଦ୍ଧି ପାଇ 1893ରେ ପହଞ୍ଚିଛି ।