ଓଡିଶା

odisha

ETV Bharat / state

NAC Elections: ନିର୍ବାଚନ କମିଶନରଙ୍କ ସହ ଜିଲ୍ଲାପାଳ ପ୍ରଶାସନର ବୈଠକ - ନିର୍ବାଚନ କମିଶନରଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସରକାରୀ ଛୁଟିଦିନ ସହିତ ମାର୍ଚ୍ଚ 9ରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । 17 ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବା ସହ ମାର୍ଚ୍ଚ 20 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ରହିଛି । ଏପ୍ରିଲ 3 ରେ ଭୋଟି ଗ୍ରହଣ ହୋଇ 5 ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉଭୟ ଏନଏସିରେ ଶାନ୍ତିଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ସଂପର୍କରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନ କମିଶନରଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ
ନିର୍ବାଚନ କମିଶନରଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ

By

Published : Mar 4, 2023, 10:59 PM IST

ଭୁବନଶ୍ବର: ହିନ୍ଦୋଳ ଓ ଅତାବିରା ଏନଏସିର ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏନଏସିର ନିର୍ବାଚନ ପାଇଁ ଢେଙ୍କାନାଳ ଓ ବରଗଡ଼ର ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଭିସି ମାଧ୍ୟମରେ ବୈଠକ ହୋଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରାଇବା ନେଇ ବୈଠକରେ ହୋଇଛି ଆଲୋଚନା ।

ନିର୍ବାଚନ କମିଶନରଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସରକାରୀ ଛୁଟିଦିନ ସହିତ ମାର୍ଚ୍ଚ 9ରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । 17 ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବା ସହ ମାର୍ଚ୍ଚ 20 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ରହିଛି । ଏପ୍ରିଲ 3 ରେ ଭୋଟି ଗ୍ରହଣ ହୋଇ 5 ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉଭୟ ଏନଏସିରେ ଶାନ୍ତିଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ସଂପର୍କରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ନିର୍ବାଚନ ସମୟରେ ଆଇନଶୃଙ୍ଖଳା ସହ ଆଦର୍ଶ ଆଚରଣବିଧିର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଏତଦବ୍ୟତୀତ ସୁରକ୍ଷିତ ସ୍ଥାନରେ ଷ୍ଟ୍ରଙ୍ଗରୁମ ସ୍ଥାପନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଯୁଗ୍ମ ସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ, ଆଇନ ଅଧିକାରୀ ମାଧୁରୀ ମିଶ୍ର, ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଅତାବିରା ଓ ହିନ୍ଦୋଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ଯଯେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସରକାରୀ ଛୁଟିଦିନ ସହିତ ମାର୍ଚ୍ଚ 9ରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । 17 ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବା ସହ ମାର୍ଚ୍ଚ 20 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ରହିଛି । ଏପ୍ରିଲ 3 ରେ ଭୋଟି ଗ୍ରହଣ ହୋଇ 5 ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉଭୟ ଏନଏସିରେ ଶାନ୍ତିଶୃଙ୍ଖଳାର ସହ ସ୍ୱଚ୍ଛ, ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ସଂପର୍କରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details