ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ ଭୁବନେଶ୍ବର:ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ ଦିିଆଯାଇଛି । ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି ମୁଖ୍ୟ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ମହାନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନ୍ର 8ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ ଦେଇଛନ୍ତି। ଏହାସହ ନକଲି ତଥା ଜାଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶିକାକୁ କଡାକଡି ଭାବରେ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି । ଏହାସହ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
2036ରେ ରାଜ୍ୟର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଲକ୍ଷ୍ୟ ଥିବା ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଆଶ୍ବତି ଏସ୍ କହିଛନ୍ତି ,"ଶିକ୍ଷା ହିଁ ଆମ ବିଶ୍ୱାସକୁ ବୃଦ୍ଧି କରିଥାଏ । ପ୍ରଶିକ୍ଷଣ ଶିବିରର ସ୍ୱାଗତ ଭାଷଣ ଦେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମହାପାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ସ୍କିମ୍ ତଥା ଉଦ୍ୟମର ସଫଳ ରୂପାୟନ ପାଇଁ ଯଥାସାଧ୍ୟ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି ।" ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ନକଲି ଶିକ୍ଷକମାନଙ୍କ ବିରୁଦ୍ଧରେ ଥିବା ମାର୍ଗଦର୍ଶକକୁ କଡାକଡି ଭାବରେ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି । ମୋ ସରକାର ପ୍ରକୋଷ୍ଠ, ପି.ଏମ୍ ପୋଷଣ, ଏମ୍.ଡି.ଏମ୍, ଆର୍.ଟି.ଇ, ଏଫ୍.ଏଲ୍.ଏନ୍ ଆଦି ଅନେକ ବିଷୟରେ ଆଲୋଚନା କରାଯାଇଛି । ଏହା ବ୍ୟତୀତ ନାରୀଶିକ୍ଷାକୁ ଅଗ୍ରାଧିକାର ଦେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅଧିନରେ ଥିବା ସ୍କୁଲମାନଙ୍କରେ ନାମଲେଖା ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି ।
ବ୍ରହ୍ମପୁର ଜୋନର 8ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀମାନେ ଏଠାରେ ଉପସ୍ଥିତ ରହିଛନ୍ତି । ଅନ୍ୟପଟେ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକଙ୍କୁ ବୋର୍ଡ ସେକ୍ରେଟାରୀ ଚିଠି ଲେଖିଛନ୍ତି । ଆନ୍ଦୋଳନରତ ଶିକ୍ଷକଙ୍କ ତାଲିକା ବି ଦେଇଛି ବୋର୍ଡ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ OTET ପରୀକ୍ଷା ସ୍ୱତନ୍ତ୍ର ଭାବେ ଚାକିରିରେ ଥିବା ଶିକ୍ଷକଙ୍କ ପାଇଁ ହୋଇଥିଲା । ତାହାର ଫଳାଫଳ ବାହାରିଛି । ବର୍ତ୍ତମାନ ସମସ୍ତଙ୍କ OMR ଉତ୍ତରଖାତା ୱେବ୍ସାଇଟରେ ଅପଲୋଡ୍ ହୋଇଛି, ଯେଉଁମାନେ ଫେଲ୍ ହୋଇଛନ୍ତି, ସେମାନଙ୍କୁ ପୁଣି ଫର୍ମ ଫିଲ୍ଅପ୍ର ସୁଯୋଗ ଦିଆଯାଉଛି ।
ଆସନ୍ତା 30 ତାରିଖରେ ପରୀକ୍ଷା ହେବ । ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି, ସେମାନେ ପୁଣି ପରୀକ୍ଷା ଦେବାକୁ ଫର୍ମ ଫିଲ୍ଅପ୍ କରୁଛନ୍ତି । ଯାହାର ଅଭିଯୋଗ ଅଛି, ସେମାନେ ବୋର୍ଡ ଅଫିସ ଯାଉଛନ୍ତି । ଶିକ୍ଷକମାନେ ଶିକ୍ଷକ ପରି ରହିବା ଦରକାର । ବିଶୃଙ୍ଖଳା ନେଇ ବୋର୍ଡ ପକ୍ଷରୁ ଏଲିମେଣ୍ଟାରି ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି, "ଚିଠି ଆମର ହସ୍ତଗତ ହେଲା ପରେ ସେମାନେ କେଉଁ ଶିକ୍ଷକ ତାହାର ତଦନ୍ତ କରାଯିବ ।" କଣ ପାଇଁ ସେମାନେ ବୋର୍ଡ ଅଫିସ ଆସିଥିଲେ, ସେଥିଲାଗି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଯଦି ସୋ କଜ୍ ନୋଟିସରେ ଆମେ ସନ୍ତୁଷ୍ଟ ନହେଲୁ, ଘଟଣାର ତଦନ୍ତ ହେବ । ଯଦି ତଦନ୍ତରୁ ଜଣାପଡ଼ିବ, ସେମାନେ ଜାଣିଶୁଣି ବିକ୍ଷୋଭ କରିବାକୁ ଯାଇଥିଲେ ବା ହେଡ କ୍ୱାର୍ଟରର ବିନା ଅନୁମତିରେ ସ୍କୁଲ୍ ଛାଡ଼ି ଯାଇଥିଲେ, ସେମାନଙ୍କ ବିରୋଧରେ ସର୍ଭିସ ରୁଲ୍ ଆଧାରରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରସ୍ଥିତ କୃଷି ଭବନ ଅଡିଟୋରିଅମରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଆସ୍ବଥୀ ଏସ୍, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମହାପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଟି.ଇ. ଆଣ୍ଡ୍ ଏସ୍.ସି.ଆର.ଟି ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍ତି ।