ଓଡିଶା

odisha

By

Published : Nov 10, 2022, 10:36 AM IST

Updated : Nov 10, 2022, 2:03 PM IST

ETV Bharat / state

ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ EDର ତନାଘନା

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତନାଘନା କରିଛି ଇଡି । ଭୁବନେଶ୍ୱର ସମେତ 8 ସ୍ଥାନରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ ଇଡିର ତନାଘନା
ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ ଇଡିର ତନାଘନା

ଭୁବନେଶ୍ବର:ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଭୁବନେଶ୍ବର ସତ୍ୟବିହାର ବିଳାସପୂର୍ଣ୍ଣ ଘର, ଶାଶୁ ଘରେ ଚଢ଼ାଉ କରିଛି ଇଡି । ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ବରଙ୍କ ବାଲିପାଟଣା ଘରେ ବି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ମୋଟ 8ଟି ସ୍ଥାନରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ଘର ସହ ମୟୂରଭଞ୍ଜରେ ଥିବା ଶାଶୁଘର ଓ ତାଙ୍କ ବିଜନେସ ସେଣ୍ଟର୍ ବା ଗାଡି ସୋରୁମରେ ଚଢାଉ କରିଛି ଇଡି । ଏହା ପଛର ମିଡିଲମ୍ୟାନ ଖଗେଶ୍ବର ଘର ସମେତ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳିର ଘରେ ମଧ୍ୟ ରେଡ କରିଛି ଟିମ୍ । ମାମଲାରେ ଇଡି ଓ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ । ଏହାପରେ ମାମଲାରେ ଏଣ୍ଟ୍ରି ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିଆରପିଏଫ ଓ ପୋଲିସ ଉପସ୍ଥିତିରେ ଇଡିର ତଦନ୍ତ ଆରମ୍ଭ ହୋଇଛି ।

ବ୍ଲାକମେଲର ଅର୍ଚ୍ଚନା‌ ନାଗ ମାମଲା, ୮ଟି ସ୍ଥାନରେ ଇଡିର ତନାଘନା

ଏହା ବି ପଢନ୍ତୁ...ଅର୍ଚ୍ଚନା ସ୍କାଣ୍ଡାଲ ଘଟଣା ଚାପିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଅର୍ଚ୍ଚନା ନାଗ ହାଇପ୍ରୋଫାଇଲ ମାମଲାରେ ଅନେକ ବଡ ବଡିଆ ସାମିଲ ଥିବା ଜଣାପଡିଥିଲା । ଫିଲ୍ମ ପ୍ରଯୋଜକଙ୍କଠୁ ନେଇ ବହୁ ବଡ ବଡିଆଙ୍କୁ ଫସାଇ ବ୍ଲାକମେଲ କରୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଅକ୍ଟୋବର 6 ତାରିଖରେ ଗରିଫ କରିଥିଲା । ଦିନକୁ ଦିନ ନେତା ଓ ବ୍ୟବସାୟୀଙ୍କ ଲିଙ୍କ ମଧ୍ୟ ଲମ୍ବିବାରେ ଲାଗିିଥିଲା । ଏହି ମାମଲାକୁ ନେଇ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଥିଲେ । ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଗିରଫ ହୋଇ ହାଜତରେ ଅଛନ୍ତି । ଅକ୍ଟୋବର 26ରେ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି ମାରିବା ପରେ ବହୁ ବଡ ବଡିଆଙ୍କ ଗୁମର ଖୋଲିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2022, 2:03 PM IST

ABOUT THE AUTHOR

...view details