ଓଡିଶା

odisha

ETV Bharat / state

ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଡ଼ିଆରଏମ ଅଫିସ ଘେରାଉ

ଦାବି ପୂରଣ ପାଇଁ ଡିଆରଏମ ଅଫିସ ଘେରାଉ । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର 24 ଦଫା ଦାବି ।

By

Published : Oct 31, 2019, 4:09 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା : ନୂତନ ପେନସନ ନୀତି ପ୍ରତ୍ୟାହାର, ରେଳବାଇର ଘରୋଇକରଣକୁ ବନ୍ଦ, ତେଜସ ଟ୍ରେନ ବନ୍ଦ, ରେଳ କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଆଦି ଦୀର୍ଘଦିନ ଧରି ରହି ରେଳକର୍ମଚାରୀଙ୍କ ଦାବି । ବୁଧବାର ଏହି ଦାବି ପୂରଣ ପାଇଁ ଖୋର୍ଦ୍ଧା ରୋଡ଼ ଡିଭିଜନ ଡିଆରଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବ ତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡ଼ିଆରଏମଙ୍କୁ 24 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ଦାବିକୁ ରେଳ ବିଭାଗ ଯଥାଶୀଘ୍ର ପୁରଣ ନକଲେ ଆଗମିଦିନରେ ରେଳ ରୋକ କରାଯାଇ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚେତାବନୀ ଦେଇଛନ୍ତି ଶ୍ରମିକ କଂଗ୍ରେସର ଜୋନାଲ ସାଧାରଣ ସମ୍ପାଦକ ରମେଶ ସାହୁ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details