ଓଡିଶା

odisha

ETV Bharat / state

ସ୍କ୍ରାପ୍ ଅପସାରଣରୁ ୨୧୫.୭୫ କୋଟି ଆୟ କରିଛି ପୂର୍ବତଟ ରେଳପଥ - ସ୍କ୍ରାପ୍ ଅପସାରଣରେ ପୂର୍ବତଟ ରେଳପଥର ଲକ୍ଷ୍ୟ ପୂରଣ

ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ଟାର୍ଗେଟ ଠାରୁ ଅଧିକ ଆୟ କରିଛି ପୂର୍ବତଟ ରେଳପଥ । ଚଳିତ ଆର୍ଥିକ ବର୍ଷ ଶେଷ ପୂର୍ବରୁ ୨୧୫.୭୫ କୋଟି ରୋଜଗାର ହୋଇଛି । ଅଧିକ ପଢନ୍ତୁ

ସ୍କ୍ରାପ୍ ଅପସାରଣରୁ ପୂର୍ବତଟ ରେଳପଥର ଆୟ
ସ୍କ୍ରାପ୍ ଅପସାରଣରୁ ପୂର୍ବତଟ ରେଳପଥର ଆୟ

By

Published : Mar 15, 2023, 7:11 AM IST

ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ଅତିକ୍ରମ କରିଛି ପୂର୍ବତଟ ରେଳପଥ । ସମଗ୍ର ଜୋନ ମଧ୍ୟରେ ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବାକୁ ପୂର୍ବତଟ ରେଳପଥ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି 17 ଦିନ ପୂର୍ବରୁ ପୂର୍ବତଟ ରେଳପଥ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା 215 କୋଟି ଟଙ୍କା ଲକ୍ଷ୍ୟ ତୁଳନାରେ ସ୍କ୍ରାପ୍ ନିଷ୍କାସନରୁ 215.75 କୋଟିରୁ ଅଧିକ ଆୟ କରିଛି ।

ଏଥିରୁ ୱାଲଟିୟର ରେଳ ମଣ୍ଡଳର 79.1 କୋଟି ଟଙ୍କା ହୋଇଥିବା ବେଳେ ଖୋର୍ଦ୍ଧା ରୋଡ ଡିଭିଜନର 58.21 କୋଟି ଟଙ୍କା, ସମ୍ବଲପୁର ରେଳ ଡିଭିଜନର 51.93 କୋଟି ଟଙ୍କା, ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର 22.19 କୋଟି ଟଙ୍କା ଏବଂ ପୁରୁଣା ରେଳକୁ ରେଳ ବିକାଶ ନିଗମ ଲିମିଟେଡ଼କୁ ହସ୍ତାନ୍ତର କରି 4.32 କୋଟି ରାଜସ୍ୱ ହାସଲ କରିପାରିଛି ପୂର୍ବତଟ ରେଳପଥ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

ରେଳପଥର ପରିସୀମା ମଧ୍ୟରେ ଫେବୃୟାରୀ ମାସ 13 ତାରିଖ ମଧ୍ୟରେ 174 ଟି ଇ-ନିଲାମ କରିଛି । ଯେଉଁଥିରେ ୱାଲଟିୟର, ସମ୍ବଲପୁରର ରେଳ ମଣ୍ଡଳ ସମେତ ଖୋର୍ଦ୍ଧା ରୋଡ, ମଞ୍ଚେଶ୍ୱର ସବାରୀ ଡବା ମରାମତି କାରଖାନା ଏବଂ ରେଲୱେ ହୁଇଲ ଫ୍ୟାକଟୋରିକୁ ପୁନଃ ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ରୂପାନ୍ତର ପାଇଁ ପଠାଇଛି । ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି 17 ଦିନ ବାକି ରହିଥିବାବେଳେ ଆହୁରି ଅଧିକ 18ଟି ଇ-ନିଲାମ ପାଇଁ ଯୋଜନା କରାଯାଇଛି । ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ହେତୁ ଏହି ଉଲ୍ଲେଖନୀୟ ରାଜସ୍ୱ ସୃଷ୍ଟି ହୋଇପାରିଛି ।

କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥାମାନଙ୍କରୁ ସ୍କ୍ରାପର ଉତ୍ପତି ହୋଇଥାଏ । ଏହି ଉପକରଣଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରି ଦିଆଯାଇଥାଏ । ସ୍କ୍ରାପକୁ ଯଥାସମୟରେ ଅପସାରଣ କରିଦେବା ଉଚିତ୍‌ । ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ କରାଯାଇ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତରଣ କରାଯାଇପାରିବ ।

ପୂର୍ବତଟ ରେଳପଥର ସଠିକ ସମୟରେ ସ୍କ୍ରାପ୍ ନିଷ୍କାସନ ପାଇଁ ସକ୍ରିୟ ପଦକ୍ଷେପ ନେଇଛି । ସ୍କ୍ରାପ୍ ନିଷ୍କାସନର କାର୍ଯ୍ୟକଳାପ ଇ-ନିଲାମ ମାଧ୍ୟମରେ କରାଯାଉଛି ଯାହାକି ପୂର୍ବତଟ ରେଳପଥରେ ସମ୍ପୂର୍ଣ୍ଣ ଭାବେ ଅନଲାଇନ ଅଟେ । ପୂର୍ବତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ) ପୋର୍ଟାଲ ଦ୍ଵାରା 2013 ମସିହା ଠାରୁ ଇ-ନିଲାମ କରିଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details