ଓଡିଶା

odisha

ETV Bharat / state

ବର୍ଷର ସବୁଠୁ ଛୋଟ ଦିନ ପରେ ବଢିବ ଦିନର ଅବଧି, ରାତି ଛୋଟ ହେବ

ଡିସେମ୍ବର ୨୧ ଓ ୨୨ ବର୍ଷର ସବୁଠାରୁ ଛୋଟ ଦିନ ପରେ ଶୁକ୍ରବାର ଅର୍ଥାତ ଡିସେମ୍ବର ୨୩ରୁ ବଢ଼ିବ ଦିନର ଅବଧି । ଏନେଇ ସୂଚନା ଦେଇଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

By

Published : Dec 24, 2022, 6:04 AM IST

ଆଜି ଠାରୁ ଦିନର ଅବଧି ବଢିବ କହିଲେ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ
ଆଜି ଠାରୁ ଦିନର ଅବଧି ବଢିବ କହିଲେ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଉଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ

ଭୁବନେଶ୍ବର: ଗତ ଡିସେମ୍ବର ୨୧ ଏବଂ ୨୨ ତାରିଖ ବର୍ଷର ସବୁଠାରୁ ଛୋଟ ଦିନ ରହିଥିଲା । ବିଶେଷ କରି ପ୍ରତିବର୍ଷ ଡିସେମ୍ବର ୨୧ ତାରିଖ ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଏହାପରେ ଶୁକ୍ରବାର ଅର୍ଥାତ ଡିସେମ୍ବର ୨୩ ତାରିଖରୁ ଦିନ ବଢିବ ଏବଂ ରାତି ଛୋଟ ହେବ ବୋଲି କହିଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

ଡିସେମ୍ବର ୨୧ ତାରିଖ ପରେ ୨୨ ଏବଂ ୨୩ ତାରିଖରେ ଓଡିଶାର ସୁନ୍ଦରଗଡ଼ରେ ଦିନର ଅବଧି ମାତ୍ର ୧୦ ଘଣ୍ଟା ୪୭ ମିନିଟ ଓ ମାଲକାନଗିରିରେ ଦିନର ଅବଧି ୧୧ ଘଣ୍ଟା ୦୧ ମିନିଟ ରହିଥିଲା । ସେହିଭଳି ଭୁବନେଶ୍ବର ଠାରେ ଦିନର ଅବଧି ୧୦ ଘଣ୍ଟା ୫୪ ମିନିଟ ରହିଥିଲା । ଦିଲ୍ଲୀ ଓ କନ୍ୟାକୁମାରୀରେ ଦିନର ଅବଧି ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ ଓ ୧୧ ଘଣ୍ଟା ୩୯ ମିନିଟ ରହିଛି । ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ଆରମ୍ଭ ହୋଇଥାଏ ।

ଜ୍ୟୋତିର୍ବିଜ୍ଞାନୀଙ୍କ କହିବାନୁସାରେ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଶୀତଦିନ ଆରମ୍ଭ ହୁଏ । ଧୀରେ ଧୀରେ ଦିନଗୁଡିକ ଅଧିକରୁ ଅଧିକ ଲମ୍ବା ହୋଇଥାଏ । ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି କ୍ରମ ଲାଗିରହିଥାଏ । ଏହାପରେ ଦିନ ଓ ରାତିର ଅବଧି ପାଖାପାଖି ସମାନ ରହେ । ମେରୁ ପାଖ ସ୍ଥାନଗୁଡିକରେ ବର୍ଷ ସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତ ଋତୁରେ ଦିନଗୁଡିକ ଅତ୍ୟନ୍ତ ଛୋଟ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details