ଓଡିଶା

odisha

ETV Bharat / state

ବରଗଡରୁ ନକଲି ଔଷଧ ଜବତ ଘଟଣା, ୟୁପିରୁ 5 ଜଣ ଗିରଫ

ଉତ୍ତରପ୍ରଦେଶରୁ ବରଗଡକୁ ଚାଲାଣ ହେଉଥିବା ନକଲି ଔଷଧ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ଏସଟିଏଫ ଟିମ । ଅଧିକ ପଢ଼ନ୍ତୁ

duplicate medicine racket busted in bargarh
ବରଗଡରୁ ନକଲି ଔଷଧ ଜବତ ଘଟଣା

By

Published : Apr 26, 2023, 7:43 AM IST

ଭୁବନେଶ୍ବର: ଓଡ଼ିଶାରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ନକଲି ଔଷଧ ଚେର । ବରଗଡ଼ରୁ ନକଲି ଔଷଧ ଜବତ ଘଟଣାରେ ୫ ଜଣ ଗିରଫ । ନକଲି ଔଷଧ ରାକେଟ ପାଇଁ ଗଠନ ହୋଇଥିବା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଚଢ଼ାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୁଭମ ଜୟସ୍ବାଲ, ରିତେଶ କୁମାର, ଚନ୍ଦ୍ରଶେଖର ସିଂ, ଗୌରବ ଶର୍ମା ଏବଂ ଅଭିଷେକ ସିଂ । ବାରଣାସୀ ଶୀଗରା ଥାନା ଅଞ୍ଚଳର ଏକ ଗୋଦାମରୁ ନକଲି ଔଷଧ ଜବତ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଜଣକୁ ଗିରଫ କରାଯାଇଥିଲା ।

ବାରଣାସୀ ଶୀଗରା ଥାନା ଅଞ୍ଚଳର ଏକ ଗୋଦାମରୁ ପ୍ରାୟ ୩୦୦ରୁ ଅଧିକ ନକଲି ଔଷଧ ପେଟି ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ସାଢେ ସାତ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ନକଲି ଔଷଧ ଚିହ୍ନଟ ହୋଇଥିବା ଔଷଧ ଗୁଡ଼ିକ ମଧ୍ୟରେ ମୋନୋ ଏଫଓ , କ୍ଲାଭମ 625 , ଆଣ୍ଟିବାୟୋଟିକ ଆଇଟି-ମ୍ୟାକ୍ 200 ଭଳି ନକଲି ଔଷଧ ରହିଥିଲା । ହିମାଚଳ ପ୍ରଦେଶ ଅଞ୍ଚଳରେ ଏଗୁଡିକ ତିଆରି ହେବା ପରେ ବାରଣାସୀ ଆସୁଥିଲା । ସେଠାରୁ ଓଡିଶା, ବିହାର, ପଶ୍ଚିମବଙ୍ଗ ସହ ହାଇଦ୍ରାବାଦକୁ ପଠାଯାଉଥିଲା । ଓଡିଶାରୁ ନକଲି ଔଷଧ ଧରା ହେବା ଚେର ଖୋଜିବାକୁ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗ ଲୋଡ଼ିଥିଲା ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ସହଯୋଗ ପାଇଁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ସେହିପରି ରାଜ୍ୟରେ ନକଲି ଔଷଧ କାରବାରକୁ ନେଇ ଏକ ବଡ଼ ସୁରାକ ମିଳିଥିଲା । ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନ୍ତଃରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରି ବାହାର ରାଜ୍ୟକୁ ପଠାଇଥିଲେ । ସହକାରୀ ଔଷଧ ନିୟନ୍ତ୍ରକ ଡାକ୍ତର ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ବରେ ଏକ ଟିମ ଗଠନ ହୋଇଥିଲା । ଟିମରେ ଥିଲେ ଡ୍ରଗ୍ ଇନ୍ସପେକ୍ଟର ଝାରସୁଗୁଡ଼ାର ସସ୍ମିତା ଦେହୁରୀ, ବରଗଡ଼ର ଡ୍ରଗ୍ ଇନ୍ସପେକ୍ଟର ସୁନୀତା ନାଗ । ସେମାନେ ଏପ୍ରିଲ 17 ତାରିଖରେ ବାରାଣାସୀ ଯାଇଥିଲେ । ଉତ୍ତରପ୍ରଦେଶର ସ୍ୱତନ୍ତ୍ର ଟାସ୍କ ଫୋର୍ସ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲା ।

ତେବେ 9 ଦିନର କଠିନ ପରିଶ୍ରମ ପରେ ଉକ୍ତ 4 ଜଣ ଗିରଫ ହୋଇଥିଲେ । ସେମାନଙ୍କୁ ଓଡିଶା ପୋଲିସ (ବରଗଡ ପୋଲିସ) ରିମାଣ୍ଡରେ ନେଇଛି । ତେବେ ଡ୍ରଗ୍ ଇନ୍ସପେକ୍ଟର ଅମିତ କୁମାର ବନସଲ ଏବଂ ଡ୍ରଗ୍ ଇନ୍ସପେକ୍ଟର ସଞ୍ଜୟ ଦତ୍ତଙ୍କ ସହ ଗ୍ରାମାଞ୍ଚଳର ପ୍ରାୟ 25 ଲକ୍ଷ ଟଙ୍କା ମୂଲ୍ୟର ସନ୍ଦେହଜନକ ଡ୍ରଗ୍ସ ଜବତ କରିଛନ୍ତି । ଏହାସହ କମ୍ପ୍ୟୁଟର ସହିତ ସମ୍ପୃକ୍ତ ହାର୍ଡ ଡିସ୍କ ଜବତ କରାଯାଇଛି । କୋଟିକୋଟି ଟଙ୍କାର ନକଲି ଔଷଧ ମଧ୍ୟ ଜବତ କରାଯାଇଛି । ଏହି ସମାନ ଲିଙ୍କରେ ପୂର୍ବରୁ ଦ୍ୱିତୀୟ ମାର୍ଚ୍ଚ 2023ରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବ ଉତ୍ତରପ୍ରଦେଶକୁ ଦେଇଥିବା ରିପୋର୍ଟକୁ ଆଧାର କରି ଉତ୍ତରପ୍ରଦେଶର ଏସଟିଏଫ୍ ଟିମ୍ ମଧ୍ୟ 7.5 କୋଟି ଟଙ୍କାର ନକଲି ଔଷଧ ଜବତ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details