ଓଡିଶା

odisha

ETV Bharat / state

ରାଜଧାନୀରେ ସକ୍ରିୟ ନକଲି ସାର୍ଟଫିକେଟ ଗ୍ୟାଙ୍ଗ - ରାଜଧାନୀରେ ସକ୍ରିୟ

କଲେଜ ନ ଯାଇ ପାସ୍ । ଟଙ୍କା ଦେଲେ ମିଳୁଛି ନକଲି ସାର୍ଟଫିକେଟ । ରାଜଧାନୀରେ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି ନକଲି ସାର୍ଟଫିକେଟ ଗ୍ୟାଙ୍ଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 29, 2019, 11:49 PM IST

ଭୁବନେଶ୍ବର: ରାଜଧାନୀରେ ସକ୍ରିୟ ହେବାରେ ଲାଗିଛି ନକଲି ସାର୍ଟଫିକେଟ ଗ୍ୟାଙ୍ଗ । ଠକେଇର ଶିକାର ହୋଇଛନ୍ତି 100ରୁ ଅଧିକ ଛାତ୍ରଛାତ୍ରୀ । ପାଠ ନପଢି ଘରେ ବସି +2 ଓ +3 ଓ ବିଏଡି ସାର୍ଟଫିକେଟ ପଠାଉଛନ୍ତି ଦଲାଲ ଯୁବକ । ନକଲି ସାର୍ଟଫିକେଟ ଜରିଆରେ ବିଭିନ୍ନ ସ୍ଥାନରେ ଚାକିରି ମଧ୍ୟ କରିଛନ୍ତି ଅନେକ ଯୁବକ ଯୁବତୀ।

ଲୋଭନୀୟ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଜାଲ ପ୍ରମାଣପତ୍ର ଦିଆଯାଉଛି। ଏପରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ସୁକଦେବ ସ୍ବାଇଁ। ଏହାକୁ ନେଇ ସୁକଦେବ କହିଛନ୍ତି 80ହଜାର ଟଙ୍କା ନେଇ ମୋତେ ଏକ ସାର୍ଟଫିକେଟ ଦେଇଛନ୍ତି। ମୁଁ ଚାକିରି ପାଇଁ ଆବେଦନ କରିଥିଲି । ମୋର ସାର୍ଟଫିକେଟ ଯାଞ୍ଚ ବେଳେ ମୋର ସାର୍ଟଫିକେଟ ନକଲି ବୋଲି ଜଣାପଡିଥିଲା। ମୋତେ ସେମାନେ ଥାନାରେ ଦେବାକୁ ଧମକ ମଧ୍ୟ ଦେଇଥିଲେ । ହେଲେ ସୁକଦେବ ସେମାନଙ୍କର ଗୋଡ଼ ହାତ ଧରି ସେଠାରୁ ଖସି ଆସିଥିବା ପୋଲିସକୁ ଖବର ଦେଇଛି।

ପ୍ରଥମେ ସୁକଦେବ ସାର୍ଟଫିକେଟ ନକଲି ବୋଲି ଜାଣିଥିଲେ ଉକ୍ତ ସଂସ୍ଥାର ମ୍ୟାନେଜର । ପରେ ସେ ପୋଲିସକୁ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଗ୍ୟାଙ୍ଗକୁ ଧରିବା ପାଇଁ ଛାନଭିନ୍ କରିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details