ଓଡିଶା

odisha

ETV Bharat / state

ଡାକ୍ତରଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - ଡାକ୍ତରଙ୍କୁ ନିର୍ଦ୍ଦେଶନାମା

Doctors to Write in Legible Handwriting: ଏଥର ପରିଷ୍କାର ଅକ୍ଷରରେ ଡାକ୍ତର ଲେଖିବେ ପ୍ରେସକ୍ରିପସନ ଏବଂ ପୋଷ୍ଟମୋର୍ଟମ ରିପୋର୍ଟ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଅଧିକ ପଢନ୍ତୁ

Legible Handwriting
ଡାକ୍ତରଙ୍କୁ ସ୍ପଷ୍ଟ ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ

By ETV Bharat Odisha Team

Published : Jan 12, 2024, 6:06 PM IST

ଭୁବନେଶ୍ବର: ଏଥର ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର । ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୋଟିସ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଡାକ୍ତରୀ ଚିଠା, ପୋଷ୍ଟମୋର୍ଟମ ରିପୋର୍ଟକୁ ପ୍ରାଞ୍ଜଳ ଭାବେ ଲେଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ଏଭଳି ଭାବରେ ଲେଖା ହେବା ଦରକାର ଯେମିତି କିଛି ସଂଶୟ ଉପୁଜୁନଥିବ।
ଅନେକ ସମୟରେ ପୋଷ୍ଟମୋର୍ଟମ ରିପୋର୍ଟ ଲେଖିବାବେଳେ ଅଧିକାଂଶ ଡାକ୍ତରଙ୍କ ବେପରୁଆ ଢଙ୍ଗରେ ଲେଖୁଥିବା ଦେଖିବାକୁ ମିଳୁଥିଲା ।

ଫଳରେ ମେଡିକୋ-ଲିଗାଲ୍ ଡକ୍ୟୁମେଣ୍ଟ୍ ଉପରେ ଏହା ଖରାପ ପ୍ରଭାବ ପକାଉଛି । ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ପଢିବା ପାଇଁ କଷ୍ଟକର ହୋଇପଡିଛି । ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାର ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ପୋଷ୍ଟମୋର୍ଟମ ରିପୋର୍ଟ ଏବଂ ପ୍ରେସକ୍ରିପସନ୍ ଆଦି ସଠିକ ଭାବରେ ଗୋଲ ଗୋଲ ଅକ୍ଷରରେ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଗ୍ ଜାଗ୍ ଲେଖାକୁ ଜଣେ ସାଧାରଣ ବ୍ୟକ୍ତି କିମ୍ବା ନ୍ୟାୟିକ ଅଧିକାରୀଙ୍କ ପକ୍ଷରେ ପଢିବା କଷ୍ଟକର ହୋଇପଡୁଛି ।

ସୂଚନା ଅନୁସାରେ, ରାଜ୍ୟରେ ବହୁ ସଂଖ୍ୟକ ଡାକ୍ତର ଏପରି ଲେଖା ବ୍ୟବହାର କରନ୍ତି ଯାହାକୁ କୌଣସି ସାଧାରଣ ବ୍ୟକ୍ତି ପଢିପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ସମସ୍ତ ସରକାରୀ ତଥା ବେସରକାରୀ ହସ୍ପିଟାଲ, କ୍ଲିନିକ୍ ଏବଂ ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଡାକ୍ତରମାନେ ଔଷଧ ନାମ ଲେଖିବାବେଳେ କିମ୍ବା କିଛି ମେଡିକୋ-ଲିଗାଲ୍ ରିପୋର୍ଟ ଲେଖିବା ସମୟରେ ସାଧାରଣ ବ୍ୟକ୍ତି ପଢିପାରିବା ଭଳି ସଠିକ ଢଙ୍ଗରେ ଲେଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ...ଏଣିକି ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ...ତଦନ୍ତ ଆଳରେ ଚପି ଯିବକି ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ !

ଏହା ମଧ୍ୟ ପଢନ୍ତୁ...ସାଂସଦ ଏବଂ ବିଧାୟକଙ୍କ ବିରୋଧରେ 423ଟି ଫୌଜଦାରୀ ମାମଲା ବିଚାରାଧୀନ, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ସୂଚନା ଅନୁାଯାୟୀ, କିଛି ଦିନ ତଳେ ହାଇକୋର୍ଟ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରମାନେ ରୋଗୀଙ୍କ ପ୍ରେସକ୍ରିପସନ ଏବଂ ପୋଷ୍ଟମୋର୍ଟମ ରିପୋର୍ଟକୁ ପରିଷ୍କାର ଭାବରେ ଲେଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରୋଗୀମାନେ ଅଦାଲତରେ ଯେଭଳି ଭାବରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଡାକ୍ତରଙ୍କୁ ତାଗିଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details