ଖୋର୍ଦ୍ଧା: ମହାମାରୀ କୋଭିଡ୍-୧୯ ଭୂତାଣୁକୁ ନେଇ ସାରା ବିଶ୍ବ ଆତଙ୍କିତ । ଏଭଳି ପରିସ୍ଥିତିରେ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିଛନ୍ତି । ଏହାସହିତ ସମାଜରେ ତୃଣମୂଳସ୍ତରରେ ଲୋକେ ଯେଭଳି କମ କ୍ଷତିଗ୍ରସ୍ତ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ରଖିଛନ୍ତି ।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ଲକ ଅଧିକାରୀ, ପଞ୍ଚାୟତସ୍ତରୀୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ସ୍ଥିତି ଅନୁଧ୍ୟାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଓ ଜିଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ମିଳିତ ଭାବେ ବେଗୁନିଆ ବୋଲଗଡ ଅଞ୍ଚଳର ବିଭିନ୍ନ କ୍ବାରେଣ୍ଟାଇନ କେନ୍ଦ୍ର ଅନୁଧ୍ୟାନ କରିଛନ୍ତି । ଏହାସହ ଅରଖପଲ୍ଳୀ ମାଣିକଗୋଡା ଗ୍ରାମ ବୁଲି ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଥିବା ଜଣାପଡିଛି ।