ଓଡିଶା

odisha

ETV Bharat / state

Diwali 2023: ଆଜି ଆଲୋକର ପର୍ବ ଦୀପାବଳି, ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି - ଦୀପାବଳି ଉତ୍ସବ

ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ହିନ୍ଦୁ ପରିବାରରେ ଏହା ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇଥାଏ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ । ଅଧିକ ପଢନ୍ତୁ

Diwali 2023
Diwali 2023

By ETV Bharat Odisha Team

Published : Nov 12, 2023, 7:24 AM IST

ଭୁବନେଶ୍ବର: ଅସତୋ ମା' ସଦଗମୟ ତମସୋ ମା' ଜ୍ୟୋତିର୍ଗମୟ... ଆଜି ଅଲୌକିକ ପର୍ବ ଦୀପାବଳି । ହିନ୍ଦୁ ଧର୍ମର ଏହା ଏକ ପ୍ରମୁଖ ପର୍ବ । ପରମ୍ପରା ଦୃଷ୍ଟିରୁ ଏହା ଆଲୋକର ଏକ ମହାନ ପର୍ବ । ଆଲୋକ ଏକପ୍ରକାର ସକାରତ୍ମକ ଶକ୍ତି । ତେଣୁ ଏହି ଦିନ ଲୋକମାନେ ଘରକୁ ଆଲୋକରେ ସୁସ୍ଜଜିତ କରି ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ଆଲୋକ ଜାଳନ୍ତି । ଅନ୍ଧାରରୂପକ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ରହିଛି । ଆନନ୍ଦ, ଉଲ୍ଲାସ, ଭକ୍ତି ଓ ଶକ୍ତିର ପର୍ବ ଦୀପାବଳୀକୁ ନେଇ ଚଳଚଞ୍ଚଳ ହୋଇଛି ପୂରପଲ୍ଲୀ । ଏହି ଦିନ ମା' କାଳୀଙ୍କୁ ଆରଧନା କରାଯାଏ । ପୀଠମାନଙ୍କରେ ମା' କାଳୀ ପୂଜା ପାଆନ୍ତି । ରଙ୍ଗବେରଙ୍ଗର ଆଲୋକରେ ଘର ଝଲସି ଉଠେ । ଭଳି କି ଭଳି ବାଣ ଫୁଟାଇ ସଭିଏଁ ଏହି ପର୍ବକୁ ପାଳନ କରନ୍ତି । ଲିଚୁ ଲାଇଟ, ରଙ୍ଗୋଲି, ଦୀପ ଓ ମହମବାତୀର ସମାହାରରେ ଘରେ ଘରେ ଏକ ଆଧ୍ୟାତ୍ମିକ ପରିବଶେ ସୃଷ୍ଟି ହୋଇଥାଏ ।

କାର୍ତ୍ତିକ ଅମାବାସ୍ୟରେ ଦୀପାବିଳ ପାଳନ କରାଯାଏ । ଏହି ଦିନ ଆଲୋକରେ ଝଲସି ଉଠେ ଘର । ସନ୍ଧ୍ୟାରେ ବାଣ ଫୁଟାଯାଏ । ଓଡ଼ିଶାରେ ଆଜିର ଦିନରେ ବଡବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଦିଆଯାଇ କାଉଁରିଆ କାଠି ଜଳାଯାଏ । ଏକ ପ୍ରକାର ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥାଏ ।'ବଡବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯା' ପୁରୁଷୋତ୍ତମରେ ମହାପ୍ରସାଦ ଖାଇ...ବାଇଶି ପାହାଚେ ଗଡଗଡାଉ ଥାଅ'...ବୋଲି ଉଚ୍ଚାରଣ କରି ବଡବଡୁଆଙ୍କୁ ଡାକନ୍ତି ପ୍ରତିଟି ଓଡିଆ । ଏହି ପଂକ୍ତିରେ ଗୁଞ୍ଜରିତ ହୋଇ ଉଠେ ପ୍ରତିଟି ଘର । ଓଡ଼ିଶା ସମେତ ଦେଶର ପ୍ରତ୍ୟେକ ହିନ୍ଦୁ ପରିବାର ଘରେ ପିଠାପଣା କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ମନାଇଥାନ୍ତି ।

କଣ କହେ କିମ୍ବଦନ୍ତୀ:ପୁରାଣ କଥା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସୀତାକୁ ଉଦ୍ଧାର କରି ଆଜି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟା ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ଦୀପ ଜାଳିଥିଲେ । ସେହି ଦିନରୁ ହିଁ ଭାରତ ବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି । ଦୀପାବଳିକୁ କୃଷି ଭିତ୍ତିକ ବିଧି ଭାବେ ମଧ୍ୟ ବିବେଚନା କରାଯାଏ । ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିବାର ମଧ୍ୟ କୁହାଯାଏ ।

ଘାତକ ବାଣ ଉପରେ କଟକଣା:ଭଳି କି ଭଳ ବାଣ ଫୁଟାଇ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଚଳିତ ବର୍ଷ ସାରା ଦେଶରେ ପ୍ରଦୂଷଣଯୁକ୍ତ ଉଚ୍ଚ ଶବ୍ଦଯୁକ୍ତ ବାଣ ଉପରେ କଟକଣା ଜାରି ହୋଇଛି । ଦେଶରେ ପ୍ରଦୂଷଣକାରୀ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗା ଯାଇଛି । ଘାତକ ସାଜୁଥିବା ବାଣ ଉପରେ କଟକଣା ଲାଗୁ ହୋଇଛି । ବାରୁଦରେ ବେରିୟର ସଲ୍ଟ ମିଶା ବାଣ ଉପରେ କଟକଣା ଲାଗିଛି । 125 ଡେସିବେଲଠୁ ଅଧିକ ଶଦ୍ଦର ବାଣ ଫୁଟାଇବା ଉପରେ ମଧ୍ୟ ରୋକ ଲାଗିଛି । ବାୟୁ ଓ ଶଦ୍ଦ ପ୍ରଦୂଷଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଏହା ବି ପଢନ୍ତୁ...Ayodhya Deepotsav: ଭାଙ୍ଗିଲା ପୂର୍ବ ରେକର୍ଡ, 24 ଲକ୍ଷ ଦ୍ବୀପରେ ଆଲୋକିତ ହେଲା ଅଯୋଧ୍ୟା

ଅନ୍ଧାର ଉପରେ ଆଲୋକର ଜୟ... ଅମାବାସ୍ୟାର ଅଜ୍ଞାନ ଅନ୍ଧାର ଦୂର ହୋଇ ଆଲୋକିତ ହେଉ ଜ୍ଞାନର ପଥ । ଦିବ୍ୟଜ୍ୟୋତିରେ ପ୍ରସସ୍ତ ହେଉ ମୁକ୍ତିର ମାର୍ଗ । ସତର୍କତାର ସହ ବାଣ ଫୁଟାନ୍ତୁ । ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଦୀପଟିଏ ଦେବା ଜାଳି । ଶୁଭ ଦୀପାବଳି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details