ଓଡିଶା

odisha

ETV Bharat / state

ପୁଣି 'କାଳିଆ'କୁ ନେଇ ବିବାଦ - bhubaneswar

କାଳିଆ ଯୋଜନାକୁ ନେଇ ବିବାଦ। କୃଷି ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ପାଇଁ ନୂଆ ସମୟ ନିର୍ଦ୍ଧାରଣ କରିଛନ୍ତି ସରକାର।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

By

Published : Mar 12, 2019, 5:49 PM IST

ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ବିବାଦ। କୃଷି ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ପାଇଁ ନୂଆ ସମୟ ନିର୍ଦ୍ଧାରଣ କରିଛନ୍ତି ସରକାର। ଅର୍ଥାତ୍ ଯେଉଁ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ସାମିଲ କରିବା ନେଇ ଆଉ ଏକ ସୁଯୋଗ ଦିଆଯିବ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ମାର୍ଚ୍ଚ 21 ଯାଏଁ ସେମାନେ ଆବେଦନ କରିପାରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ଶଶୀଭୂଷଣ ବେହେରା। ତେବେ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଦିନକ ପରେ ଖୋଦ ମନ୍ତ୍ରୀ ଏଭଳି କିପରି କହିଲେ ତାକୁ ନେଇ ଉଠିଛି ପ୍ରଶ୍ନ? ରାଜ୍ୟ ନିର୍ବାଚନ ଅଧିକାରୀ କହିଥିଲେ କି, ଯେକୌଣସି ଯୋଜନା ହେଉ ଯେତିକି ହିତାଧିକାରୀ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ହିଁ ସହାୟତା ମିଳିବ।

ଆଚରଣ ବିଧି ଲାଗୁ ହେବା ପରଠୁ ସରକାର ନୂଆ ହିତାଧିକାରୀ ଚିହ୍ନଟ କରିପାରିବେ ନାହିଁ ବୋଲି କହିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ତେବେ ରାଜ୍ୟ ସରକାର 3ଟି ପର୍ଯ୍ୟାୟରେ କାଳିଆ ହିତାଧିକାରୀ ଚିହ୍ନଟ କରିସାରିଛନ୍ତି। ଅନେକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ବାକି ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପଠାଇବାକୁ ବ୍ୟବସ୍ଥା କରାଯାଇଛି। ତେବେ ମାର୍ଚ୍ଚ 31 ସୁଦ୍ଧା ନୂଆ ହିତାଧିକାରୀ କେମିତି ଚୟନ ହେବ ତାକୁ ନେଇ ବିବାଦ ଦେଖାଦେଇଛି।


ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details