ଭୁବନେଶ୍ବର:ରାଜ୍ୟ ବିଜେପି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର କୃଷକ କଲ୍ୟାଣକାରୀ ଯୋଜନା ଉପରେ ରାଜ୍ୟ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଛି । ଏହି ଆଲୋଚନା ଚକ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ଉପସ୍ଥିତ ଥିଲେ।
ଏଥିରେ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ସମସ୍ତ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇଛି l ଆଲୋଚନା ପରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି, "ବ୍ଲକ ସ୍ତରର କର୍ମୀମାନେ ପଞ୍ଚାୟତକୁ ଯାଇ କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ବନ୍ଧରେ ଅବଗତ କରାଇବେ । ୨୩ ବର୍ଷ ଧରି ନବୀନ ସରକାର ଯେଉଁଭଳି ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର ବାଟମାରଣା କରୁଛନ୍ତି ସେନେଇ ଲୋକଙ୍କୁ ବୁଝାଇବ ବିଜେପି । ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯାତିତ ଓ ଅବହେଳିତ । କୃଷି ଓ କୃଷକ କଲ୍ୟାଣ ପାଇଁ କେନ୍ଦ୍ରର ବିଭିନ୍ନ ଯୋଜନାରେ ଆସୁଥିବା ବ୍ୟାପକ ମାତ୍ରାର ଟଙ୍କାକୁ ବିଜେଡି ସରକାର ହଡପ କରୁଛି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକ ଚାଷୀଙ୍କ ନିକଟରେ ପହଞ୍ଚିନାହିଁ ।"