ଓଡିଶା

odisha

ETV Bharat / state

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିଶନର ନୂତନ ଅଧକ୍ଷା - ସୁଲୋଚନା ଦାସ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନର ନୂତନ ଅଧକ୍ଷା ଭାବେ କାର୍ଯ୍ୟରେ ଯୋଗଦାନ କଲେ ବିଜେଡିର ପୂର୍ବତନ ମୁଖପାତ୍ର ତଥା ଯୁବନେତ୍ରୀ ସୁଲୋଚନା ଦାସ ।

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିସନ ନୂତନ ଅଧକ୍ଷା

By

Published : Aug 21, 2019, 7:07 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ବିଭିନ୍ନ ନିଗମର ଅଧ୍ୟକ୍ଷ ଚୟନ କରାଯାଇଥିଲା । ପୂର୍ବରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନ ଦାୟିତ୍ବରେ ଥିବା ମିନତୀ ବେହେରାଙ୍କୁ ମହିଳା କମିଶନ ର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।

କାର୍ଯ୍ୟରେ ଯୋଗଦେଲେ ଭିନ୍ନକ୍ଷମ କମିସନ ନୂତନ ଅଧକ୍ଷା

ଦାୟିତ୍ବ ଗ୍ରହଣ ପରେ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଭିନ୍ନ ଯୋଜନାକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ ଉପରେ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି । ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗକୁ ତାଙ୍କ ନିକଟରେ ପହଞ୍ଚାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ କମିଶନ କାର୍ଯ୍ୟ କରିବ ବୋଲି ସୁଲୋଚନା ମତପୋଷଣ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଥିବା ଯୋଜନା ଗୁଡିକର ବହୁଳମାତ୍ରାରେ ପ୍ରଚାର ଓ ପ୍ରସାର କରାଯିବ । ଭିନ୍ନକ୍ଷମ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ସାମ୍ବାଦିକ କ୍ଷେତ୍ରରେ ଥିବା ଅଭିଜ୍ଞତା ଏ ଦିଗରେ ତାଙ୍କୁ ସାହାଯ୍ୟ କରିବ କହିଛନ୍ତି ସୁଲୋଚନା ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଇଟିଭି ଭାରତ

ABOUT THE AUTHOR

...view details