ଓଡିଶା

odisha

ETV Bharat / state

ପରାଜୟ ପରେ କଂଗ୍ରେସରେ ଅନ୍ତର୍କନ୍ଦଳ, ନରସିଂହ କହିଲେ ଦଳୀୟ ପ୍ରାର୍ଥୀ ଥିଲେ କି ନାହିଁ ଜାଣିନାହିଁ

ପରାଜୟ ପରେ କଂଗ୍ରେସରେ ଅନ୍ତର୍କନ୍ଦଳ । ଦଳୀୟ ପରାଜୟକୁ ନେଇ ତୀବ୍ର ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । ମୁଁ ସେଥି ପାଇଁ ମର୍ମାହତ । ଅଧିକ ପଢନ୍ତୁ

By

Published : Nov 7, 2022, 9:21 PM IST

ପରାଜୟ ପରେ କଂଗ୍ରେସରେ ଅନ୍ତର୍କନ୍ଦଳ, ନରସିଂହ କହିଲେ ଦଳୀୟ ପ୍ରାର୍ଥୀ ଥିଲେ କି ନାହିଁ ଜାଣିନାହିଁ
ପରାଜୟ ପରେ କଂଗ୍ରେସରେ ଅନ୍ତର୍କନ୍ଦଳ, ନରସିଂହ କହିଲେ ଦଳୀୟ ପ୍ରାର୍ଥୀ ଥିଲେ କି ନାହିଁ ଜାଣିନାହିଁ

ଭୁବନେଶ୍ବର: ଧାମନଗରରେ କାହିଁକି ହାରିଲା କଂଗ୍ରେସ ? ଏଭଳି ଅମାନତ ହରେଇବାର କାରଣ କଣ ହୋଇପାରେ ? ରାଜ୍ୟରେ କଂଗ୍ରେସକୁ ଆଗକୁ ନେବା ପାଇଁ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଲା ଏଆଇସିସି । ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ଦୂର କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରି ରାଜ୍ୟରେ କ୍ଷମତା କୁ ଆସିବ କଂଗ୍ରେସ । ଏଭଳି ସଂକଲ୍ପ ନେଇ ରାଜ୍ୟରେ ଭାରତ ଯୋଡ ପଦଯାତ୍ରା ଆରମ୍ଭ କରିଛନ୍ତି ଶରତ ପଟ୍ଟନାୟକ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଓଡିଶା ବାସୀଙ୍କ ଆସ୍ଥାଭାଜନ ହେବା ଲକ୍ଷ୍ୟ ରହିଛି କଂଗ୍ରେସ ।

ପରାଜୟ ପରେ କଂଗ୍ରେସରେ ଅନ୍ତର୍କନ୍ଦଳ, ନରସିଂହ କହିଲେ ଦଳୀୟ ପ୍ରାର୍ଥୀ ଥିଲେ କି ନାହିଁ ଜାଣିନାହିଁ

ଶରତ ପିସିସି ସଭାପତି ଘୋଷଣା ହେବା ପରେ ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସର କିଶୋର ପଟେଲ ପୂର୍ବ ଅପେକ୍ଷା କମ ଭୋଟ ପାଇଥିଲେ । କିନ୍ତୁ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଯାଇଥିଲା କଂଗ୍ରେସ । ତା ପରେ କଂଗ୍ରେସ ଶିବିରରେ ପରିବର୍ତ୍ତନର ନୂଆ ଆଶା ସଞ୍ଚାର ହୋଇଥିଲା । ତାକୁ ପାଥେୟ କରି ଧାମନଗରରେ ଲଢିଲା କଂଗ୍ରେସ । ମାଳ ମାଳ ନେତା ପ୍ରଚାର ମଧ୍ୟ କଲେ ହେଲେ ପରିଣାମ ଏମିତି ହେଲା ଯେ କଂଗ୍ରେସ କୁ ଅମାନତ ହରେଇବାକୁ ପଡିଲା । ତେବେ କାହିଁକି ଏମିତି ହେଲା । ଶାସକ ଦଳ ଏବଂ ବିଜେପି ନିର୍ବାଚନୀ ପରିଚାଳନା ଆଗରେ ଧୂଳି ଚାଟିଲା କଂଗ୍ରେସ । ତେବେ ଦଳୀୟ ପରାଜୟକୁ ନେଇ ତୀବ୍ର ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ବିଧାୟକ ସୁର ରାଉତରାୟ ।

ଧାମନଗରରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । ମୁଁ ସେଥିପାଇଁ ମର୍ମାହତ । ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା । କେଉଁଠି ଭୁଲ ରହିଲା, ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ନରସିଂହ କହିଛନ୍ତି ।

ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହ୍ନ ହୋଇ ଯାଇପାରେ । ଧାମନଗରରେ କଂଗ୍ରେସ ଦଳର ପ୍ରାର୍ଥୀ ଥିଲା କି ନାହିଁ ମୁଁ ଜାଣିନି । ପ୍ରାର୍ଥୀ ଚୟନ ବାବଦରେ ମୋ ସହ କେହି ଆଲୋଚନା କରି ନାହାନ୍ତି । ମୁଁ ଭାବୁଛି ଆଉ କେହି ସେଠି ପ୍ରାର୍ଥୀ ବୋଧେ ନଥିଲେ ବୋଲି କହିଛନ୍ତି ନରସିଂହ । କଂଗ୍ରେସ ତା ଡିପୋଟିଜ ରଖିବ କଣ ଓଲଟା 3 ହଜାରକୁ ଖସିଲା । ବିଜେଡି ଭିତରେ ଫାଟ ହେଲା ବିଜେପି ତାର ସୁଯୋଗ ନେଲା । ଏହାଛଡା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ । ତାଙ୍କ ପୁଅ ମଧ୍ୟ ମିଷ୍ଟଭାଷୀ । ସରଳ ପ୍ରକୃତିର । ତାହା ବି ଭୋଟର ଙ୍କ ଉପରେ ପ୍ରଭାବ ପକାଇଛି ।

ବିଜେଡିକୁ ଆକ୍ରମଣ କରି ନରସିଂହ କହିଛନ୍ତି ବିଜେଡି ବାରମ୍ବାର ଜିତିବା ପରେ ଅହଂ ଭାବ ବଢି ଯାଇଛି । ସେ ଧରି ନେଇଛନ୍ତି ଲୋକେ ଆମକୁ ଭୋଟ ଦେବା ପାଇଁ ବାଧ୍ୟ । ନବୀନ ବାବୁ ଯାହାକୁ କହିବେ ସେ ଲାଇଟ ପୋଷ୍ଟ ହେଲେ ବି ଲୋକେ ଭୋଟ ଦେବା ପାଇଁ ବାଧ୍ୟ । ମହିଳା ମାନେ ବିଜେଡି ସହ ଅଛନ୍ତି । ଏ ସବୁ ଭୁଲ ବୋଲି ପ୍ରମାଣିତ ହୋଇଛି । ଅତ୍ୟଧିକ ଔଦ୍ଧତ୍ୟ କି ଗର୍ବ ରହି ନାହିଁ କି ରହିବ ନାହିଁ । ସ୍ୱାଧୀନ ପ୍ରାର୍ଥୀ ବି ବଡ ଫ୍ୟାକ୍ଟର ହେଲେ ବୋଲି କହିଛନ୍ତି ନରସିଂହ । ବିଜେଡି ନବୀନ ବାବୁ ଙ୍କ ନାଁ ରେ ଭୋଟ ପାଉଛି । ଆଉ ଯଦି ହାରୁଛନ୍ତି ସେଥିପାଇଁ ନବୀନ ବାବୁ ବି ଦାୟୀ । ଏଥିରୁ ସ୍ପଷ୍ଟ ଲୋକେ ନବୀନ ପଟ୍ଟନାୟକ ଙ୍କୁ ନା ପସନ୍ଦ କରିବା ଆରମ୍ଭ କଲେଣି । ହାରିବା ପରେ ଲାଗୁଛି କିଛି ପରିମାଣରେ ଅହଂ ଭାବ କମିଲା ଭଳି ଲାଗୁଛି । ପଦ୍ମପୁର ନିର୍ବାଚନ ମୁଣ୍ଡ ଉପରେ । ପଦ୍ମପୁରରେ କଂଗ୍ରେସର ବେସ ଭୋଟ ରହିଛି । ଯେତେ ନିର୍ବାଚନ ହୋଇଛି ଭଲ ଫାଇଟ ଦେଇଛି ଦଳ । ଆଶା କଂଗ୍ରେସ ସେଠି ବହୁତ ଭଲ କରିବ ବୋଲି ନରସିଂହ କହିଛନ୍ତି ।

ସେପଟେ ବିଧାୟକ ସୁର ରାଉତରାୟ ମଧ୍ୟ ଦଳୀୟ ବିଶୃଙ୍ଖଳା କୁ ଗ୍ରହଣ କରି ପାରି ନାହାନ୍ତି । ଦଳ ଭିତରେ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି ବୋଲି ସୁରଙ୍କ ବକ୍ତବ୍ୟ ରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ପିସିସି ସଭାପତି ଶରତ ପଟ୍ଟନାୟକ ଭାରତ ଯୋଡ ପଦଯାତ୍ରାରେ ବୁଲୁଛନ୍ତି । ତେବେ ଏ ପଦଯାତ୍ରା ଆଗକୁ ଦଳକୁ କେତେ ଫାଇଦା ଦେବ ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details