ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଫେକ ଅଡିଓ ଭାଇରାଲ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଦଳର ୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ । ଦଳ ଅଭିଯୋଗ କରିଛି ବିଜେଡି ସର୍ବଦା ବେଇଆଇନ ଭାବରେ ନିର୍ବାଚନ ଲଢୁଛି ।
ଆଜି (ବୁଧବାର) ରାଜୁ ଦାସଙ୍କର ଯେଉଁ ଅଡିଓଟି ଭାଇରାଲ ହେଉଛି ତାହା ଏକ ଫେକ ଅଡିଓ । ସେହି ଅଡିଓରେ ସମାଚାର ପଢିଲା ଭଳି ଢଙ୍ଗରେ କୁହାଯାଉଛି ରାଜୁ ଦାସଙ୍କ ସମର୍ଥକମାନେ ଜଣେ ମୁସିଲମାନ ସମର୍ଥକଙ୍କୁ ଛୁରା ମାଡ କରିଛନ୍ତି । ଧାମନଗର ଅଞ୍ଚଳ ତିହିଡି ଠାରେ ୧୪୪ ଧାରା ଜାରି କରାଯାଇଛି । ଏହି ଫେକ ଅଡିଓ ମାଧ୍ୟମରେ ସେହି ଅଞ୍ଚଳରେ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟି କରିବା ପାଇଁ ଏହି ଫେକ ଅଡିଓ ଜାରି କରାଯାଇଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲଗେଇବା, ବିଭିନ୍ନ ହିଂସା କୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ବିଜେପି ଅଭିଯୋଗ କରିଛି ।